ବିଶେଷ

Kandhamal: କନ୍ଧମାଳ‌ରେ ଦାଦନ କଷଣ: ଖାଁ ଖାଁ କିଲାକିଆ, ସିପାଏଜୁ ଗାଁ

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଶିଳ୍ପର ଆଶାନୁରୂପ ବିକାଶ ହୋଇପାରୁନି। ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ କୁଟୀର ଶିଳ୍ପ ବି ନାହିଁ। ଫଳରେ ଯୁବପିଢ଼ି ବର୍ଷସାରା ରୋଜଗାର ପାଇଁ ସଂଘର୍ଷ....

ସମୀର କୁମାର ପାଢ଼ୀ

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଶିଳ୍ପର ଆଶାନୁରୂପ ବିକାଶ ହୋଇପାରୁନି। ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ କୁଟୀର ଶିଳ୍ପ ବି ନାହିଁ। ଫଳରେ ଯୁବପିଢ଼ି ବର୍ଷସାରା ରୋଜଗାର ପାଇଁ ସଂଘର୍ଷ କରୁଥିବା ବେଳେ ରାଜ୍ୟ ବାହାରକୁ ଗଲେ ପରିବାର ପ୍ରତିପୋଷଣ ହେଉଛି। ଘୁ.ଉଦୟଗିରି ବ୍ଲକ୍‌ କତିଙ୍ଗିଆ ପଞ୍ଚାୟତ ଏହାର ଏକ ଉଦାହରଣ। ଏହି ପଞ୍ଚାୟତର ଟିଆଙ୍ଗିଆ, ସିପାଏଜୁ, କିଲାପଙ୍ଗା ଓ ମାଜୁମାହା ଭଳି ବିଭିନ୍ନ ଗ୍ରାମରୁ ଶତାଧିକ ଯୁବକଯୁବତୀ ଦାଦନ ଖଟିବାକୁ କେରଳ ଯାଇଥା’ନ୍ତି।

ବିଶେଷକରି କିଲାକିଆ ଓ ସିପାଏଜୁ ଗ୍ରାମରୁ ୬୦ରୁ ୭୦ ପରିବାର ଦାଦନ ଖଟିବାକୁ କେରଳ ପଳାଉଥିବାରୁ ପ୍ରାୟ ସମସ୍ତଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଦିନ ଥିଲା, ଉଭୟ କୃଷିବହୁଳ ଗ୍ରାମରେ ବିନ୍‌ସ ଓ ଫୁଲକୋବି ପ୍ରଚୁର ପରିମାଣରେ ଚାଷ ହୋଇ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। କିନ୍ତୁ ପାଣି ଅଭାବରୁ ଚାଷ ବନ୍ଦ ହୋଇଯିବା ଫଳରେ ଚାଷୀମାନେ ଦାଦନ ଖଟିବାକୁ ପଳାଉଛନ୍ତି। ମନରେଗା ଯୋଜନାରେ ସମସ୍ତଙ୍କୁ କାମ ମିଳୁନି କି ଠିକ୍‌ ସମୟରେ ମଜୁରି ମିଳୁ ନ ଥିବା ଅଭିଯୋଗ ହୋଇଛି।

ଛକ, ବଜାରରେ ଦାଦନ ପୋଷ୍ଟର୍‌
ବସ୍‌ରେ ନିୟମିତ କେରଳ ବୁହା ହେଉଛନ୍ତି ଶ୍ରମିକ

ସେହିପରି ରାଇକିଆ, ଦାରିଙ୍ଗବାଡ଼ି, କ.ନୂଆଗାଁ, ଘୁ,ଉଦୟଗିରି, ଟିକାବାଲି ଓ ବାଲିଗୁଡ଼ା ବ୍ଲକ୍‌ କଥାକୁ ବିଚାରକୁ ନେଲେ, ସମସ୍ତ ବ୍ଲକ୍‌ରୁ ପ୍ରତି ସପ୍ତାହରେ ୧ହଜାରରୁ ୧୫ଶହ ଯୁବକଯୁବତୀ ବସ୍‌ରେ କେରଳ ଯାଉଛନ୍ତି। ରାଇକିଆରୁ ଅଧିକାଂଶ ବସ୍‌ ବାହାରୁଥିବା ବେଳେ ବର୍ତ୍ତମାନ ଆଖପାଖ ୬୦ କିଲୋମିଟର ପରିଧି ଭିତରେ ‘ରାଇକିଆରୁ କେରଳ ପ୍ରତି ଶୁକ୍ରବାର ବସ୍‌ ଯାଉଛି’ ଲେଖା ହୋଇଥିବା ଦାଦନ ପୋଷ୍ଟର୍‌ ଲାଗିଥିବା ଦେଖିବାକୁ ମିଳିଛି। ବର୍ଷକ ତଳେ ରାଇକିଆରୁ ପ୍ରତି ଶୁକ୍ରବାରରେ ଦୁଇଟି ବସ୍‌ ଯାଉଥିଲା। ବର୍ତ୍ତମାନ ନିୟମିତ ୨ରୁ ୩ଟି ବସ୍‌ କେରଳ ଯାଉଛି। ଆଉ ଏସବୁ ପୋଷ୍ଟର୍‌ ଜିଲ୍ଲା ପ୍ରଶାସନ ଓ ଜନପ୍ରତନିଧିଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଅନ୍ୟପକ୍ଷରେ ଦାଦନ ଯାଇ କିଏ ନିର୍ଯାତନାର ଶିକାର ହେଉଛି ତ ଆଉ କାହାର ଅକାଳ ବିୟୋଗ ଘଟୁଥିବାର ଅନେକ ନଜିର ରହିଛି। ତେବେ ଜିଲ୍ଲାରୁ କେତେ ସଂଖ୍ୟାରେ ଦାଦନ ରାଜ୍ୟ ବାହାରକୁ ଓ ବିଦେଶକୁ ଯାଉଛନ୍ତି, ଏହି ତଥ୍ୟ ପ୍ରଶାସନ କି ରାଜ୍ୟ ସରକାରଙ୍କ ପାଖରେ ନାହିଁ। କନ୍ଧମାଳର ଯୁବପିଢ଼ିଙ୍କୁ ରୋଜଗାର ଦେବା ପାଇଁ ସରକାର ସ୍ବତନ୍ତ୍ର ରୂପ‌ରେଖ ପ୍ରସ୍ତୁତ କରିବା ଦରକାର ବୋଲି ମତପ୍ରକାଶ ପାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button