Breaking News

କନ୍ଧମାଳ ଚାଷିଙ୍କ ପାଖରେ ପନିପରିବା ରଖିବା ପାଇଁ ସବ୍‌ଜି କୁଲର ବିତରଣ

0

ଫୁଲବାଣୀ/ବାଲିଗୁଡ଼ା:କନ୍ଧମାଳ ଜିଲାରେ ପ୍ରଥମ ଥର ଉଦ୍ୟଗି ପରିବା ଚାଷିଙ୍କୁ ସମନ୍ନିତ ଫୁଲବାଣୀ ଓ ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥା ମିଶନ ଜୀବିକା ମାଧ୍ୟମରେ ପ୍ରଦାନ କରଯାଇଛି ସବଜି କୁଲର। ଫୁଲବାଣୀ ଆଇଟିଡ଼ିଏ ପକ୍ଷରୁ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଦୁତିପଡ଼ା ପଞ୍ଚାୟତର ସୁଜିପଡ଼ା ଗ୍ରାମର ଚାଷୀ ପ୍ରଶାନ୍ତ ପ୍ରଧାନଙ୍କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଦ୍ୱାରା ଏହି ସବଜି କୁଲର ବଣ୍ଟନ କରାଯାଛି। ସେହିଭଳି ଫୁଲବାଣୀ, ଖଜୁରିପଡ଼ା ଓ ଫିରିଙ୍ଗିଆ ବ୍ଳକରେ ଆଜି ୧୦ ଜଣଙ୍କୁ ପ୍ରଦାନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଆଇଟିଡ଼ିଏରେ ନୂତନ ଭାବେ ପ୍ରକଳ୍ପ ପ୍ରଶାସକ ଭାବେ ଯୋଗଦେଇଥିବା ନରେଶ ଚନ୍ଦ୍ର ଶବର ଓ ଜିଲା ଉଦ୍ୟାନ ବିଭାଗ ଅଧିକାରୀ ମିହୀର ସାମନ୍ତରାୟ , ଖଜୁରିପଡ଼ା ସହକାରୀ ଉଦ୍ୟାନ ଅଧିକାରୀ ମୋନାଲିଲା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଫୁଲବାଣୀ ଆଇଟିଡ଼ିଏର ପ୍ରକଳ୍ପ ପରିଚାଳକ ପି.ମୁରଲି ମୋହନ, ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ, ବିଷୟ ବିଶାରଦ ଶୁଭଶ୍ରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ସେହିଭଳି ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ଚକାପାଦ ବ୍ଲକ ତଳଅଡାବାଡି ଗ୍ରାମରେ, ଜି. ଉଦାୟଗିରି , ଟିକାବାଲି ଓ ଚକାପାଦ ବ୍ଲକରେ ଚିହ୍ନଟ ହୋଇଥିବା ଚାଷୀଙ୍କୁ ସବଜି କୁଲର ବିତରଣ ତଥା ବ୍ୟବହାର ଓ ରକ୍ଷାଣ ବେକ୍ଷାଣ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାଷିମାନେ କିପରି କମ ଖର୍ଚ୍ଚରେ ପରିବା ସଂରକ୍ଷଣ କରି ଭଲ ରୋଜଗାର କରିପାରିବେ ଓ ପନିପରିବା ନଷ୍ଟ ହେବା କମିବ ଏହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ। ତଳଅଡାବାଡି ଗ୍ରାମରେ ଏକ ପ୍ରଦର୍ଶନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରୁକାର୍ଟ ଇଣ୍ଡିଆର କ୍ଷେତ୍ର କର୍ମଚାରି ସବଜି କୁଲର ବ୍ୟବହାର ଓ ରକ୍ଷାଣ ବେକ୍ଷଣ ବିଷୟରେ ତାଲିମ ପ୍ରଦାନ କରିଥିଲେ। ମିଶନ ଜୀବିକାର ଉଦ୍ୟଗ ବିକାଶ କର୍ମୀ ଆଲୋକ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.