ଦେଶ ବିଦେଶରାଜନୀତି

Karni sena thretean: ରାହୁଲ ଗାନ୍ଧୀ ଓ ୨୫ ସାଂସଦଙ୍କୁ କର୍ଣ୍ଣି ସେନା ସଦସ୍ୟଙ୍କ ହତ୍ୟା ଧମକ

ଭିଡିଓରେ ଜଣେ ବ୍ୟକ୍ତି ନିଜକୁ କର୍ଣ୍ଣି ସେନାର ସଦସ୍ୟ ବୋଲି ଦାବି କରିବା ସହିତ କଂଗ୍ରେସ ସାଂସଦମାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବାର ଦେଖିବାକୁ ମିଳିଛି।

ନୂଆଦିଲ୍ଲୀ: କର୍ଣ୍ଣି ସେନାର ଜଣେ ସଦସ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ୨୫ ଜଣ ସାଂସଦଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଉଥିବାର ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜକୁ କର୍ଣ୍ଣି ସେନାର ସଦସ୍ୟ ବୋଲି ଦାବି କରିବା ସହିତ କଂଗ୍ରେସ ସାଂସଦମାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବାର ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ଏହାକୁ ଆର୍‌ଏସ୍‌ଏସ୍‌- ବିଜେପିର ‘ଗଡସେ ଫ୍ୟାକ୍ଟ୍ରି’ ବୋଲି କଂଗ୍ରେସ ପ୍ରବକ୍ତା ପୱନ ଖେଡ଼ା କହିଛନ୍ତି।

ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ବିରୋଧୀଙ୍କୁ ଶତ୍ରୁ ଦର୍ଶାଇବା ସହିତ ମହାତ୍ମା ଗାନ୍ଧୀଙ୍କ ହତ୍ୟାକୁ ବୈଧ ଦର୍ଶାଇବା ପାଇଁ ଜାଣିଶୁଣି ଏପରି ଅଭିଯାନ ଚାଲିଛି। ଧମକ ଦେଇଥିବା ବ୍ୟକ୍ତିକୁ କୋଟା ପୁଲିସ ଅଟକ ରଖି ପଚରାଉଚରା କରୁଛି। ସମ୍ପୃକ୍ତି ବ୍ୟକ୍ତିର ନାମ ରାଜ ସିଂହ ବୋଲି ଜଣାପଡ଼ିଛି। ଏହି ଭିଡିଓରେ ରାଜ୍‌ ସିଂହ କହୁଥିବାରୁ ଶୁଣିବାକୁ ମିଳିଥିଲା ଯେ, ୨୫ ଜଣ କଂଗ୍ରେସ ସାଂସଦ ଯେପରି ଭାବେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଗୁଳିଗୁଲଜ କରିଥିଲେ ସେଥି ଯୋଗୁ ସେ ଉତ୍‌କ୍ଷୀପ୍ତ ହୋଇଯାଇଛି। ଯଦି ଏପରି ପୁଣିଥରେ ଘଟେ ମୁଁ ସେହି ସାଂସଦଙ୍କ ଘରକୁ ଯାଇ ସେମାନଙ୍କୁ ଗୁଳି କରି ହତ୍ୟା କରିବି ବୋଲି କହିଥିଲା। ଏସବୁ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ହେଉଥିବା ସେ କହିଥିଲା।

କଂଗ୍ରେସ ପ୍ରବକ୍ତା ଖେଡା କହିଛନ୍ତି, ପ୍ରଥମେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମିଛରେ କହିଲେ କଂଗ୍ରେସ ସାଂସଦମାନେ ଓମ୍‌ ବିର୍ଲାଙ୍କୁ ଗାଳିଗୁଲଜ କରିଥିଲେ। ସେ ଯେଉଁ ଭିଡିଓ ଦେଇଥିଲେ ସେଥିରେ ବିର୍ଲା ହସୁଥିବାର ଦେଖିବାକୁ ମିଳିଥିଲା। ବିରୋଧୀ ଦଳକୁ ଛୋଟ କରିବାକୁ ବିଜେପି ସାଂସଦମାନେ ଜାଣିଶୁଣି ରାହୁଲ ଗାନ୍ଧୀ ଦେଶ ପାଇଁ ବିପଦ ବୋଲି ଅଭିଯାନ ଚଳାଇଛନ୍ତି। ଏହିପରି ଭାବେ ମୌଳବାଦୀ ଚିନ୍ତାଧାରାର ପ୍ରସାର ହୋଇଥାଏ ବୋଲି ଖେଡା କହିଛନ୍ତି। କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଭିଡିଓରେ ସାଂସଦଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ବ୍ୟକ୍ତି ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାକୁ ନେଇ ସମାଲୋଚନା କରିଛନ୍ତି। ଓମ୍‌ ବିର୍ଲା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏନେଇ ପ୍ରଶ୍ନ ପଚାରିଛନ୍ତି। କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ମଧ୍ୟ ଏନେଇ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button