Breaking News

କେଳାପଡ଼ାରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ପ୍ରତିଯୋଗିତା, କୃତୀ ଛାତ୍ରଛାତ୍ରୀଙ୍କୁ ବ୍ଲକସ୍ତରୀୟ ପାଇଁ ମନୋନୀତ

0

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର କେଳାପଡା କ୍ଳଷ୍ଟରରେ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଥିତ ହୋଇଯାଇଛି। କ୍ଲଷ୍ଟର ସଂଯୋଜକ ମନୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏଥିରେ କେଳାପଡା କ୍ଲଷ୍ଟରର ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସାଧାରଣ ଜ୍ଞାନ, ଶ୍ରୁତଲିଖନ, ସଂଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା ସମେତ ନାଚଗିତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ‘ସୁରଭି’ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ କ୍ଲଷ୍ଟର ସଂଯୋଜୋକ ମନୋଜ କୁମାର ନାୟକ। ତାଙ୍କ ସହ ଫିରିଙ୍ଗିଆ କ୍ଲଷ୍ଟର ସଂଯୋଜୋକ ଦୁର୍ଯ୍ୟଧନ କହଁର ସହୋଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ବରାଳ, ଉପେନ୍ଦ୍ର ନାୟକ, ରବୀନ୍ଦ୍ର ସାହାଣୀ, ଅଶୋକ ନାୟକ, ଠାକୁର ବେହେରା, ଘନଶ୍ୟାମ ପତି, ରବୀନ୍ଦ୍ର ସାହୂ , ସ୍ନିଗ୍ଧା ପଟ୍ଟନାୟକ, ସାବିତ୍ରୀ ବିଶୋଇ, ତନୟା ମହାନ୍ତି, ମମତା ବେହେରା, ସୁମିତ୍ରା କହଁର, ଜୟଚନ୍ଦ୍ର କହଁର, ବିରଞ୍ଚି ସାହୁ, ବସନ୍ତ ଅମାତ ପ୍ରମୁଖ ୯ଟି ବିଦ୍ୟାଳୟରୁ ଅଂଶଗ୍ରହଣ ଛାତ୍ରଛାତ୍ରୀଙ୍କ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇଥିଲେ। ଗତ କୋଭିଡି-୧୯ର ଦୁଇବର୍ଷ ଧରି ‘ସୁରଭି’ କାର୍ଯ୍ୟକ୍ରମ ବନ୍ଦ ଥିଲା। ସେହି ଦୁଃଖଦ ଦିନର ଦିର୍ଘ ଦୁଇବର୍ଷ ପରେ ଛାତ୍ରଛାତ୍ରୀମାନେ ପରସ୍ପର ମିଳାମିଶା କରି ନାଚଗୀତର ଆସର ଜମାଇଥିଲେ। କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ବ୍ଲକ୍ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିଲା।

Leave A Reply

Your email address will not be published.