Breaking News

ବେଆଇନ୍ ଭାବରେ ଗଞ୍ଜେଇ ଚାଷ ଯୋଗୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ପଥ ଭ୍ରଷ୍ଟ ହେଉଛନ୍ତି

କେଳାପଡ଼ାରେ ଗଞ୍ଜେଇ ଚାଷ ରୋକିବା ନିମନ୍ତେ ସଚେତନତା

0

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ପକ୍ଷରୁ ଗଞ୍ଜେଇ ଚାଷ ରୋକିବା ନିମନ୍ତେ କେଳାପଡ଼ା ପଞ୍ଚାୟତ କାର୍ୟ୍ୟାଳୟ ସଭାଗୃହ ଠାରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ତତ୍ତ୍ବାବଧାନରେ ଏହି କାର୍ୟ୍ୟକ୍ରମ ହୋଇଥିବା ବେଳେ କାର୍ୟ୍ୟକ୍ରମରେ ଏସଡିପିଓ ଶ୍ରୀପ୍ରାସନ୍ ମଲ୍ଲିକ, କେଳାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ, ସମିତି ସଭ୍ୟ ବୈରାଗୀ କହଁର, ନାଏବ ସରପଞ୍ଚ ଶ୍ରୀକାନ୍ତ ଦିଗାଲ, ଯୁବ ସଂଗଠକ ଈଶ୍ବର ବେହେରା ଯୋଗ ଦେଇଥିଲେ। ବେଆଇନ୍ ଭାବରେ ଗଞ୍ଜେଇ ଚାଷ ଯୋଗୁ ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ପଥ ଭ୍ରଷ୍ଟ ହେଉଛନ୍ତି। ତେଣୁ ବିଭିନ୍ନ ସମସ୍ୟା ଆସିବା ସହ ଶିକ୍ଷା ଦାନରେ ବାଧା ସୃଷ୍ଟି ହେଉଛି ବୋଲି ବକ୍ତାମାନେ କହିଥିଲେ। ଗଞ୍ଜେଇ ଚାଷ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସଚେତନତା ସୃଷ୍ଟି କରାଯାଇଥିଲା। କେଳା ପଡ଼ା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ ଧନ୍ୟ ବାଦ ଅର୍ପଣ କରିଥିଲେ।କାର୍ୟ୍ୟକ୍ରମରେ କେଳାପଡା ପଞ୍ଚାୟତ ଅନ୍ତର୍ଗତ ୧୪ ଟି ୱାର୍ଡର ୱାର୍ଡ ମେମ୍ବରଙ୍କ ସହ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.