Breaking News

କେଳାପଡ଼ା ବିଦେଶୀ ମଦ ଦୋକାନ ଲାଇସେନ୍ସ ନବୀକରଣ ବିରୋଧରେ ଶୋଭାଯାତ୍ରା

0

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କେଳାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଇରୀ କୁମ୍ପାରେ ବିଦେଶୀ ମଦ ଦୋକାନ ଖୋଲିଛି। ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ଅବକାରୀ ବିଭାଗ ପକ୍ଷରୁ ମଦ ଦୋକାନ ପ୍ରତି ଅହେତୁକ ସହଯୋଗ କରିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ମାର୍ଚ୍ଚ ମାସରେ ଉକ୍ତ ବିଦେଶୀ ମଦ ଦୋକାନ ନବୀକରଣ କରାଯିବକି ନାହିଁ ସେଥିନେଇ ଗ୍ରାମ ସଭା ଜରିଆରେ ରିପୋର୍ଟ ପ୍ରସ୍ତୁତ ପରେ ତାହା ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ ପାଇଁ ଜିଲାପାଳ ନିର୍ଦେଶ ଦେଇଥିଲେ।

କନ୍ଧମାଳ ଜିଲ୍ଲାପାାଳଙ୍କଠାରୁ ଏ ସକ୍ରାନ୍ତୀୟ ଚିଠି ପାଇବା ପରେ କେଳାପଡା ଗ୍ରାମପଞ୍ଚାୟତ ପକ୍ଷରୁ ସ୍ବତନ୍ତ୍ର ଗ୍ରାମସଭା ଡକା ଯାଇଥିଲା, ତେବେ ଏଥିରେ କୋରମ ଅଭାବ ପରିଲକ୍ଷିତ ହୋଇଥିଲା। ପରବର୍ତ୍ତୀ ସମୟରେ କୋରମ ଅଭାବରୁ ପୁଣି ଥରେ ସ୍ବତନ୍ତ୍ର ଗ୍ରାମସଭା ଡକା ଯାଇ ଥିଲା। ଦ୍ବିତୀୟ ଥର ଗ୍ରାମ ସଭାରେ କୋରମ ଅଭାବ ହେଲେବି ତାହା ଅନୁମୋଦନ ଲାଭ କରିବ ବୋଲି ଗ୍ରାମପଞ୍ଚାୟ ଆଇନରେ ଉଲ୍ଲେଖ ରହିଛି। ଏହି ସ୍ବତନ୍ତ୍ର ଗ୍ରାମ ସଭାରେ ବିଦେଶୀ ମଦ ଦୋକାନକୁ ନବୀକରଣ ନକରିବା ପାଇଁ ପ୍ରସ୍ଥାବ ଗୃହିତ ହୋଇଥିଲା ଏବଂ ସମସ୍ତ ଜନ ସାଧାରଣ ବିଦେଶୀ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ମତାମତ ଦେଇଥିଲେ। ଏହି ସ୍ବତନ୍ତ୍ର ଗ୍ରାମ ସଭା ବିବରଣୀ ସହିତ ଅଭିଯୋଗ ପତ୍ର କେଳାପଡା ସରପଞ୍ଚଙ୍କ ଜରିଆରେ କନ୍ଧମାଳ ଜିଲାପାଳ ଓ ଜିଲା ଅବକାରୀ ଅଧିକାରୀଙ୍କୁ ଜଣାଇ ଦିଆ ଯାଇଥିଲା। ରିପୋର୍ଟ ହସ୍ତଗତ ହେବା ପରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ପରବର୍ତ୍ତି ମୁହୁର୍ତ୍ତରେ କନ୍ଧମାଳ ଜିଲାର ଏକ ପଞ୍ଚମ ଅନୁସୁଚୀ ଅଞ୍ଚଳ ଓ ପେସା ଆଇନ ପରିସରଭୁକ୍ତ ହୋଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଜିଲାପାଳ ଗ୍ରାମସଭାର ନିଷ୍ପତ୍ତିକୁ ଗ୍ରହଣ ନ କରି ବିଦେଶୀ ମଦ ଦୋକାନକୁ ନବୀକରଣ କରିବା ପାଇଁ ଆଦେଶ ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ୧୪ /୦୫/୨୦୨୩ ରବିବାର ଦିନ ଜିଳାପାଳଙ୍କ ଏଭଳି ନିଷ୍ପତ୍ତି ପ୍ରଦିବାଦରେ ସହ ମହିଳା ପୁରୁଷ, ମହିଳା ମହାସଂଘ ସ୍ବେଛାସେବୀ, ବୁଦ୍ଧିଜିବୀ, ଜ୍ଞାନୀ ଗୁଣୀ, କୁଇ ସମାଜ କର୍ମକର୍ତ୍ତା, ମଦ ଓ ଦୁର୍ନିତୀ ମୁକ୍ତ ଅଭିଯାନ ସମାଜ କର୍ମ କର୍ତ୍ତା, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା ଏକତ୍ରୀତ ହୋଇ ପ୍ରତିବାଦ ସଭା କରିଥିଲେ। ବିଦେଶୀ ମଦ ଦୋକାନ ବିରୋଦ୍ଧରେ ଓ ଗ୍ରାମ ସଭା ସପକ୍ଷରେ ଏକ ଶାନ୍ତିପୁର୍ଣ ଶୋଭା ଯାତ୍ରା ଭୃଗିଂଯୋଡି ପର୍ଯ୍ୟନ୍ତ ଯାଇଥିଲା। ବିଦେଶୀ ମଦ ଦୋକାନ ଆଗରେ ଶାନ୍ତି ପୁର୍ଣ୍ଣ ଭାବେ ଆନ୍ଦୋଳନ କରାଯାଇଥିଲା।

ମଦ ସ୍ବାସ୍ଥ୍ୟ ପକ୍ଷରେ ଲେଖା ଯାଇଥିବା ବୋର୍ଡକୁ ଠିକ୍ ବୋଲି ଠିକ୍ ଚିହ୍ନ ଦିଆ ଯାଇଥିଲା। ଭୃଗିଂ ଯୋଡି ଛକରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ସଭାରେ ଜିଲାପାଳଙ୍କୁ ଆଉଥରେ ସାକ୍ଷାତ କରି ଜଣାଇବା ପାଇଁ ନିଷ୍ପତି ନିଆଗଲା। ଅନ୍ୟ ପକ୍ଷରେ ଏହି ବିଦେଶୀ ମଦ ଦୋକାନ ଏକ ହାଇସ୍କୁଲ ନିକଟରେ ହୋଇଥିବାରୁ ନାବାଳକ ପିଲାମାନେ ନିଶାଶକ୍ତ ହେଉଥିବା ଅଭିଯୋଗ ଆସିଛି। ଏହି ମଦ ଦୋକାନ ଯୋଗୁ ଅଞ୍ଚଳରେ ଚୋରୀ ହତ୍ୟା ‘ଡକାୟତି, ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି। ଏଣୁ ମଦ ଦୋକାନ ବନ୍ଦ କରିବାକୁ ଜନ ସାଧାରଣ ଅନୁରୋଧ କରିଛନ୍ତି। ଏହିଭଳି ସମ୍ବେଦନଶୀଳ ପରିସ୍ଥିତିକୁ ଜିଲା ପ୍ରଶାସନ ଦୃଢ ପଦକ୍ଷେପ ନନେଲେ ଜନ ସାଧାରଣ ଅଇନ୍ ହାତକୁ ନେବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନି ଦେଇଛଛନ୍ତି। ସରକାର ଗ୍ରାମ ସଭାର ନିଷ୍ପତ୍ତିକୁ ଅଣ ଦେଖା କଲେ ଏକ ଭୟାନକ ହିଂସା ପରିସ୍ଥିତି ସୃଷ୍ଟିକୁ ଏଡାଇ ଦିଆଯାଇନ ପାରେ ବୋଲି ମତ ପ୍ରକାଶ ପାଇଛି। ବିଦେଶୀ ମଦ ଦୋକାନ ପ୍ରତିବାଦ ଶୋଭାଯାତ୍ରାରେ ‘ଭରସା ଲାଇଭ’ ସମ୍ପାଦକ ଅକ୍ଷୟ କୁମାର ନାୟକ ଯୋଗଦେଇଥିଲେ।

କେଳାପଡ଼ା ବିଦେଶୀ ମଦ ଦୋକାନ ଲାଇସେନ୍ସ ନବୀକରଣ ବିରୋଧରେ ଶୋଭାଯାତ୍ରାରେ କେଳାପଡା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ, ସମିତିସଭ୍ୟ ବଇରାଗୀ କହଁର, କୁଇସମାଜ ସଭାପତି ଯତନ କହଁର, ଦୁର୍ନିତୀ ନିବାରଣ ସଂଘ ସଭାପତି ରାଜେନ୍ଦ୍ର କହଁର, ମଦ ଓ ଦୁର୍ନିତୀ ମୁକ୍ତ ଅଭିଯାନ ଅବାହକ ସୁଧିର ସାହୁ, ମହେଶ୍ବର କହଁର, ଭ୍ରମର ବର ନାଯକ, ବଇସମ ବଗର୍ତି, ସଙ୍ଗିତା ସାହୁ , ଗୀତା କହଁର, ଯଶୋଦା ମାଝୀ, ଦୁଃଖିଶ୍ୟାମ ନାୟକ, ଈଶ୍ବର ବେହେରା,ଗେତାଳ କହଁର, ଶ୍ରୀକାନ୍ତ ଦିଗାଲ , ପ୍ରଭାତ କୁମାର ବେହେରାସମେତ ବହୁତ ସାମାଜିକ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.