ମନୋରଞ୍ଜନ

Kerala Story 2: ହାଇକୋର୍ଟଙ୍କ ରୋକ୍‌ ପରେ ବି ‘କେରଳ ଷ୍ଟୋରୀ-୨’ ଟିକେଟ ବୁକିଂ ଜାରି

ବିପୁଲ ଏମ୍‌ ଶାହଙ୍କ ବିବାଦୀୟ ଚଳଚ୍ଚିତ୍ର ‘କେରଳ ଷ୍ଟୋରୀ-୨- ଗୋଜ୍‌ ବିୟଣ୍ଡ’ ର ରିଲିଜ ଉପରେ କେରଳ ହାଇକୋର୍ଟ ରୋକ୍‌ ଲଗାଇବା ପରେ ମଧ୍ୟ ଅନଲାଇନ ପ୍ଲାଟଫର୍ମରେ ଟିକେଟ ବୁକିଂ ଜାରି ରହିଛି।

କୋଚି: ବିପୁଲ ଏମ୍‌ ଶାହଙ୍କ ବିବାଦୀୟ ଚଳଚ୍ଚିତ୍ର‘କେରଳ ଷ୍ଟୋରୀ-୨- ଗୋଜ୍‌ ବିୟଣ୍ଡ’ ର ରିଲିଜ ଉପରେ କେରଳ ହାଇକୋର୍ଟ ରୋକ୍‌ ଲଗାଇବା ପରେ ମଧ୍ୟ ଅନଲାଇନ ପ୍ଲାଟଫର୍ମରେ ଟିକେଟ ବୁକିଂ ଜାରି ରହିଛି। କେରଳ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବା ସହିତ ସେନ୍ସର ବୋର୍ଡ଼କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଏହି ମାମଲା ସନ୍ଧ୍ୟାରେ ଡିଭିଜନ ବେଞ୍ଚରେ ନିକଟରେ ପହଞ୍ଚି ଥିଲା। ଶ୍ରୀଦେବ ନାମ୍ବୁଦ୍ରି ଓ ଫ୍ରେଡି ଫ୍ରାନ୍ସିସଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରି ଗୁରୁବାର କେରଳ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ବିଚୁ କୁରିଅନ ଥୋମାସ ଫିଲ୍ମରରିଲିଜ ଉପରେ ୧୫ ଦିନର ସ୍ଥଗିତା ଦେଶ ଲାଗୁ କରିଥିଲେ।

ଫିଲ୍ମର ରିଲିଜ ନେଇ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇନଥିଲା

ପ୍ରଯୋଜକ ଗୁରୁବାର ରାତିରେ ଡିଭିଜନ ବେଞ୍ଚଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ଫିଲ୍ମର ରିଲିଜ ନେଇ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇ ନଥିଲା। ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଏବଂ ପି ଭି ବାଲକ୍ରିଷ୍ଣନଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ତେବେ ଶୁକ୍ରବାର ସକାଳେ ଅନଲାଇନ ପ୍ଲାଟଫର୍ମ ‘ବୁକ୍‌ମାଇସୋ’ରେ ଟିକଟ ବୁକିଂ ପାଇଁ ଖୋଲା ରହିଥିଲା। ଏହାଦ୍ବାରା ରହିତାଦେଶ ସତ୍ତ୍ବେ ଫିଲ୍ମ ପ୍ରଦର୍ଶନ ଜାରି ରହିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମୁମ୍ବାଇରେ ୨୧ ଓ ଦିଲ୍ଲୀର ୧୪ ଥିଏଟରରେ ଶୁକ୍ରବାର ଫିଲ୍ମ ରିଲିଜ ହେବାକୁ ଅଛି। ଅନ୍ୟପକ୍ଷରେ ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀଙ୍କୁ ମାଡ୍ରାସ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ମାର୍ଚ୍ଚ‌ ୬ରେ ବର୍ତ୍ତମାନ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅବସର ପରେ ଏହି ପଦୋନ୍ନତି ଲାଗୁ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button