ଦେଶ ବିଦେଶ

Khamenei’s Wife Died: ସ୍ବାମୀଙ୍କ ମୃତ୍ୟୁର ଦୁଇ ଦିନ ପରେ ଆଖିବୁଜିଲେ ପତ୍ନୀ: ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିଲେ ମନସୁରେହ

ଇରାନର ସର୍ବୋଚ୍ଚ ନେତା ସ୍ବର୍ଗତ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବଘେରଜାଦେହ ଆଖି ବୁଜିଛନ୍ତି। ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ସମୟରେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ...

ତେହେରାନ: ଇରାନର ସର୍ବୋଚ୍ଚ ନେତା ସ୍ବର୍ଗତ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ପତ୍ନୀ ମନସୁରେହ ଖୋଜସ୍ତେହ ବଘେରଜାଦେହ ଆଖି ବୁଜିଛନ୍ତି। ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ସମୟରେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଖେମିନିଙ୍କ ପତ୍ନୀଙ୍କ ମୃତ୍ୟୁ ସଂପର୍କରେ ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଖେମିନିଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଖେମିନି ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମୃତ୍ୟୁ ଆମେରିକା ଓ ଇସ୍ରାଏଲ ବିରୋଧରେ ଆକ୍ରମଣକୁ ତୀବ୍ର କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି।

Donald Trump

ଟ୍ରମ୍ପ ଆମେରିକା ଗୁଇନ୍ଦା ଏଜେନ୍ସିଙ୍କ ସୂଚନା ଆଧାରରେ କହିଛନ୍ତି ଯେ, ୨୦୨୪ରେ ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଷଡ଼୍‌ଯନ୍ତ୍ର କରାଯାଇଥିଲା। ଏବିସି ନ୍ୟୁଜ୍ ୱାସିଂଟନ ମୁଖ୍ୟ ପ୍ରତିନିଧି ଜୋନାଥନ୍‌ କାର୍ଲଙ୍କୁ ଏହି ସୂଚନା ଦେଇଛନ୍ତି। ଅୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ କିଏ ଇରାନର ନେତୃତ୍ବ ନେବ ବୋଲି କାର୍ଲଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଥିଲେ, ଆକ୍ରମଣ ଏତେ ଜୋରଦାର ଥିଲା ଯେ, ଇରାନର ନେତୃତ୍ବ ନେବା ଦୌଡ଼ରେ ଥିବା ଅଧିକାଂଶ ନେତା ଏଥିରେ ନିହତ ହୋଇଛନ୍ତି। ଯୁଦ୍ଧ କେତେ ଦିନ ଧରି ଚାଲିବ ବୋଲି ଟ୍ରମ୍ପଙ୍କୁ ପଚରାଯିବାରୁ ସେ କହିଥିଲେ, ଯୁଦ୍ଧ ଚାରିରୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହାପୂର୍ବରୁ ଶେଷ ହେବ। ତଥାପି ଆମେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିବା ନେଇ ପ୍ରସ୍ତୁତ ଥିବା ଟ୍ରମ୍ପ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button