ଓଡିଶାଜିଲ୍ଲା

Monthly baby girl sold: ମାସକର ଶିଶୁକନ୍ୟାକୁ ବିକିଦେଲେ: ଥାନାର ଦ୍ବାରସ୍ଥ ହେଲେ ଜେଜେମା’

ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ବୟାବନାପୁର ଗ୍ରାମର ଏକ ଦମ୍ପତି ମାସକର ଶିଶୁକନ୍ୟାକୁ ବିକି ଦେଇଛନ୍ତି। ଏନେଇ ଶିଶୁର ଜେଜେମା’ ସାବିତ୍ରୀ ଦାସ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ଭଣ୍ତାରିପୋଖରୀ/ଭଣ୍ଡାରିପୋଖରୀ-୧: ଭଦ୍ରକଜିଲ୍ଲା ଭଣ୍ତାରିପୋଖରୀ ଥାନା ବୟାବନାପୁର ଗ୍ରାମର ଏକ ଦମ୍ପତି ମାସକର ଶିଶୁକନ୍ୟାକୁ ବିକି ଦେଇଛନ୍ତି। ଏନେଇ ଶିଶୁର ଜେଜେମା’ ସାବିତ୍ରୀ ଦାସ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଗତ ସୋମବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ସାବିତ୍ରୀଙ୍କ ପୁଅ ସିପୁ ଓ ବୋହୂ ରୀନା ମାସକର ଶିଶୁକନ୍ୟାକୁ ଚିକିତ୍ସା ପାଇଁ ନେଉଥିବା କହି ଘରୁ ବାହାରିଥିଲେ। ରାତି ପ୍ରାୟ ୮ଟା ସମୟରେ ସଂପୃକ୍ତ ଦମ୍ପତି ଘରକୁ ଫେରିଥିଲେ। ମାତ୍ର, ସେମାନଙ୍କ ପାଖରେ ଶିଶୁକନ୍ୟା ନଥିଲା।

fhsffh

ଥାନାର ଦ୍ବାରସ୍ଥ ହେଲେ ଜେଜେମା’
ଋଣ ସୁଝିବାକୁ ବିକିଦେଲୁ: ବାପା

ସାବିତ୍ରୀ ନାତୁଣୀ ସମ୍ପର୍କରେ ପୁଅବୋହୂଙ୍କୁ  ପଚାରିବାରୁ ସେମାନେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିଲେ। ପୁଅ, ବୋହୂ ଓ ସମୁଦୁଣୀ ଷଡ୍‌ଯନ୍ତ୍ର କରି ନାତୁଣୀକୁ ବିକି ଦେଇଥିବା କିମ୍ବା ମାରି ଦେଇଥିବା ସନ୍ଦେହ କରି ସାବିତ୍ରୀ ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଶିଶୁକନ୍ୟାକୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି ବୋଲି ଥାନାଧିକାରୀ ରାଜଲକ୍ଷ୍ମୀ ନାୟକ କହିଛନ୍ତି। ଅନ୍ୟପକ୍ଷରେ, ଋଣ ସୁଝିବାକୁ ଶିଶୁକନ୍ୟାକୁ ବିକିଦେଲୁ ବୋଲି ପିତା ସିପୁ ଦାସ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button