ଓଡିଶା

‘Kiit’ ranks fifth in the country: ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆପଣାଇବାରେ ‘କିଟ୍‌’ ଦେଶରେ ପଞ୍ଚମ

ଉଚ୍ଚଶିକ୍ଷା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କ ପସନ୍ଦଯୋଗ୍ୟ ହବ୍‌ ପାଲଟିଛି ଓଡ଼ିଶା। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକରେ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ନେଇ କିଛି ଦିନ ପୂର୍ବରୁ ପ୍ରକାଶିତ ନିତି ଆୟୋଗ ରିପୋର୍ଟରେ ଉଲ୍ଲେଖ ରହିଛି।

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କ ପସନ୍ଦଯୋଗ୍ୟ ହବ୍‌ ପାଲଟିଛି ଓଡ଼ିଶା। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକରେ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ନେଇ କିଛି ଦିନ ପୂର୍ବରୁ ପ୍ରକାଶିତ ନିତି ଆୟୋଗ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟ ଅନୁଯାୟୀ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗଠାରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବାକୁ ଆସିଛନ୍ତି। ଓଡ଼ିଶାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶାରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ କିଟ୍‌ରେ ରହିଛନ୍ତି, ଯାହାକି ଦେଶରେ ପଞ୍ଚମ ସ୍ଥାନରେ ରହିଛି।

ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୩୬୨ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ସେଥିମଧ୍ୟରୁ କେବଳ କିଟ୍‌‌ରେ ବିଶ୍ୱର ୭୦ଟି ଦେଶରୁ ୨ ହଜାରରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଦେଶର ୫ଟି ଘରୋଇ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏବେ ସୁଦ୍ଧା ୫ ହଜାରରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ କିଟ୍‌ରୁ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ୨୦୧୨ରେ ମାତ୍ର ୧୨ ଜଣ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶାରେ ଅଧ୍ୟୟନ କରୁଥିଲେ। ଏବେ କେବଳ କିଟ୍‌ରେ ୨ ହଜାରରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆଗାମୀ ଶିକ୍ଷାବର୍ଷରେ କିଟ୍‌ରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଶ୍ରୀ ସାମନ୍ତ ଆଶାପ୍ରକାଶ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button