Breaking News

ଇଣ୍ଡିଆନ ମ୍ୟୁଜିୟମରେ ସିଆଇଏସଏଫ ହେଡ କନେଷ୍ଟବଳଙ୍କ ଉନ୍ମତକାଣ୍ଡ: ଛୁଟି ନ ମିଳିବାରୁ ଏକେ-୪୭ରୁ ଗୁଳିବର୍ଷା: ଏଏସଆଇ ମୃତ, କମାଣ୍ଡାଣ୍ଟ ଗୁରୁତର

0

କଲକାତା: କଲକାତାରେ ଥିବା ଦେଶର ସର୍ବପୁରାତନ ମ୍ୟୁଜିୟମରେ ସିଆଇଏସଏଫର ଜଣେ ଓଡିଆ ହେଡକନଷ୍ଟେବଳ ଏକେ-୪୭ରେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ସିଆଇଏସଏଫର ଜଣେ ଏଏସଆଇ ପ୍ରାଣ ହରାଇଥିବାବେଳେ ଜଣେ କମାଣ୍ଡାଣ୍ଟ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ କରିଥିବା କନଷ୍ଟେବଳ ଓଡିଆ ହୋଇଥିବାବେଳେ ପ୍ରାଣ ହରାଇଥିବା ଏଏସଆଇ ବି ଓଡିଆ ବୋଲି ଜଣାପଡିଛି।
ଛୁଟି ନ ମିଳିବାରୁ ଭୟଙ୍କର କାଣ୍ଡ ଘଟାଇଛନ୍ତି ସିଆଇଏସଏଫରେ କାମ କରୁଥିବା ଜଣେ ଓଡ଼ିଆ ଯବାନ। ସିଆଇଏସଏଫରେ ହେଡ କନଷ୍ଟେବଲ ଭାବେ କାମ କରୁଥିବା ଓଡ଼ିଶାର ଅକ୍ଷୟ ମିଶ୍ର ଆଜି ନିଜର ଉପରିସ୍ଥ ଅଧିକାରୀ ଓ ଆଉ ଜଣେ ସହଯୋଗୀଙ୍କ ଉପରକୁ ଆଖିବୁଜା ଗୁଳିବର୍ଷା କରିଛନ୍ତି। ପଶ୍ଚିମବଙ୍ଗର ରାଜଧାନୀ କୋଲାକତାରେ ଥିବା ଇଣ୍ଡିଆନ ମ୍ୟୁଜିୟମର ହେଡ କନଷ୍ଟେବଲ ଅକ୍ଷୟ ମିଶ୍ରଙ୍କ ଗୁଳିମାଡ଼ରେ ଏସଏସ୍‌ଆଇ ଆରକେ ଷଡ଼ଙ୍ଗୀ ପ୍ରାଣ ହରାଇଛନ୍ତି। ଏସଆଇ ଷଡ଼ଙ୍ଗୀଙ୍କ ଘର ମଧ୍ୟ ଓଡ଼ିଶାରେ ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ସିଆଇଏସଏଫ କମାଣ୍ଡାଣ୍ଟ ସୁବୀର ଘୋଷ ଗୁରୁତର ଆହତ ହୋଇଛନ୍ତି। ଅକ୍ଷୟ ମିଶ୍ର ଛୁଟି ମାଗି ନିରାଶ ହେବାରୁ ନିଜ ଏକେ ୪୭ରୁ ୨୫ରୁ ୩୦ ରାଉଣ୍ଡ ଗୁଳିମାଡ଼ କରିଛନ୍ତି।
ଘଟଣା ପ୍ରାୟ ସନ୍ଧ୍ୟା ୬.୩୦ରେ ଘଟିଥିଲା। ଅକ୍ଷୟଙ୍କୁ ଧରିବା ପାଇଁ ପୁଲିସର ଦୁଇଟି ଟିମ ଘଟଣାସ୍ଥଳକୁ ଯାଇଥିଲା। ଏଥିରେ କମାଣ୍ଡୋ ବି ସାମିଲ ହୋଇଥିଲେ। ବୁଲେଟପ୍ରୁଫ ଜାକେଟ ସହ ସେମାନେ ମ୍ୟୁଜିୟମ ଭିତରକୁ ଯାଇଥିଲେ। ଅକ୍ଷୟଙ୍କୁ ଧରିବାକୁ ପଶ୍ଚିମବଙ୍ଗ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଶେଷରେ ଅକ୍ଷୟ ମିଶ୍ରଙ୍କୁ ଗିରଫ କରାଯାଇଥିଲା।
କଲକାତା ପୁଲିସ କମିଶନର ଭିନୀତ ଗୋଏଲ କହିଛନ୍ତି ଯେ ଘଟଣାଟି ଆଜି ସନ୍ଧ୍ୟା ପ୍ରାୟ ୬.୩୦ରେ ଘଟିଛି। ଗୁଳିମାଡ଼ରେ ଘଟଣାରେ ଜଣେ ସିଆଇଏସଏଫ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆମେ ଅଭିଯୁକ୍ତ କନଷ୍ଟେବଲଙ୍କୁ ଗିରଫ କରିଛୁ।
ଅଭିଯୁକ୍ତ ଜଣଙ୍କ ଗୋଟିଏ ପୁଲିସ୍‌ କାର ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଏଥିରେ କାର ଡ୍ରାଇଭରଙ୍କ ସମେତ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା ଗୋଟିଏ ସୂତ୍ରରୁ ଜଣାପଡ଼ିଛି। ଗୁଳିମାଡ଼ର ଖବର ପାଇଁ ଅନେକ ବରିଷ୍ଠ ଅଧିକାରୀ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
କଲକାତାର ପ୍ରମୁଖ ସ୍ଥାନରେ ଏହି ମ୍ୟୁଜିୟମଟି ରହିଛି। ଏହା ଏକ ସ୍ୱଂୟଚାଳିତ ସଂଗଠନ। ତେବେ ଏହାର ପ୍ରଶାସନିକ ବ୍ୟବସ୍ଥା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଚାଲିଥାଏ। ଏହାର ସୁରକ୍ଷା ଦାୟିତ୍ୱ ୨୦୧୯ ଡିସେମ୍ବରରୁ ସିଆଇଏସଏଫ ଯବାନମାନେ ବୁଝୁଛନ୍ତି।

Leave A Reply

Your email address will not be published.