Koraput products: କୋରାପୁଟର ଉତ୍ପାଦ, ନାଁ ନେଉଛି ଆନ୍ଧ୍ର
ମାଳଭୂମି କୋରାପୁଟର ଜଳବାୟୁ ମସଲା ଜାତୀୟ ଫସଲ ପାଇଁ ବେଶ ଉପଯୋଗୀ। କଫି, ଗୋଲମରିଚ, ଅଳେଇଚ, ଅଦା, ହଳଦୀ, ମାଣ୍ଡିଆ, ସୁଆଁ, ତେନ୍ତୁଳି ବହୁଳ ପରିମାଣରେ ଉତ୍ପାଦିତ ହେଉଛି ଏହି ଜିଲ୍ଲାରୁ।

କୋରାପୁଟ: ମାଳଭୂମି କୋରାପୁଟର ଜଳବାୟୁ ମସଲା ଜାତୀୟ ଫସଲ ପାଇଁ ବେଶ ଉପଯୋଗୀ। କଫି, ଗୋଲମରିଚ, ଅଳେଇଚ, ଅଦା, ହଳଦୀ, ମାଣ୍ଡିଆ, ସୁଆଁ, ତେନ୍ତୁଳି ବହୁଳ ପରିମାଣରେ ଉତ୍ପାଦିତ ହେଉଛି ଏହି ଜିଲ୍ଲାରୁ। ହେଲେ ବଜାର ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ଫାଇଦା ଉଠାଉଛି ଆନ୍ଧ୍ର। ଅମଳ ଫସଲକୁ ଚାଷୀଙ୍କ ନିକଟରୁ କିଣି ନେଇ ନିଜ ନାଁରେ ବ୍ରାଣ୍ଡ ଲଗାଇ ଜାତୀୟ ବଜାରରେ ବିକ୍ରି କରୁଛି।
କୋରାପୁଟ ଜିଲ୍ଲାର ୩୦୦୦ ହେକ୍ଟର ଜମିରେ କଫି ଚାଷ ହେଉଛି। ଯେଉଁଥିରୁ ବାର୍ଷିକ ୫୦୦ ମେଟ୍ରିକ ଟନ୍ କଫି ଉତ୍ପାଦନ ହେଉଛି। ସେହିପରି ୧୫୫୦ ହେକ୍ଟର ଜମିରୁ ୧୧୫ ମେଟ୍ରିକ ଟନ୍ ଗୋଲମରିଚ, ୪୨୨୩ ହେକ୍ଟର ଜମିରୁ ୫୮,୧୨୦ ମେଟ୍ରିକ ଟନ୍ ଅଦା, ୩୩୭୩ ହେକ୍ଟର ଜମିରେ ୯୦୦୦ ମେଟ୍ରିକ ଟନ୍ ସୁଖିଲା ହଳଦୀ ଉତ୍ପାଦନ ହେଉଛି। ମାଣ୍ଡିଆ, ସୁଆଁ, ତେନ୍ତୁଳି ଉତ୍ପାଦନ ପରିମାଣ ବି କିଛି କମ ନୁହେଁ। ଟିଡିସିସି କେବଳ କଫି, ମାଣ୍ଡିଆ, ଝାଡ଼ୁ ଓ ଶାଳ ମଞ୍ଜିର ବଜାରୀକରଣ କରୁଛି। ସୁଆଁ, ଗୋଲମରିଚ, ଅଦା, ହଳଦୀ, ଆଳୁ ଆଦି ଉତ୍ପାଦର ସରକାରୀ ସ୍ତରରେ ବଜାର ବ୍ୟବସ୍ଥା କି ପ୍ରକ୍ରିୟାକରଣ ୟୁନିଟ ନାହିଁ। ଟିଡିସିସି ଗୁଣାତ୍ମକ କଫି ଚେରୀ କେଜି ପିଛା ୧୦୫ ଟଙ୍କାରେ କିଣୁଥିବା ବେଳେ ଆନ୍ଧ୍ର ବ୍ୟବସାୟୀ ସମସ୍ତ ପ୍ରକାର କଫି ଚେରୀ କେଜି ପିଛା ୧୦୦ ଟଙ୍କାରେ ଚାଷୀଙ୍କ ଘରକୁ ଯାଇ ଯୋଗାଇ ଦେଉଛନ୍ତି। ଚାରା ସହିତ ବର୍ଷ ତମାମର ଖର୍ଚ୍ଚ ମଧ୍ୟ ଦେଉଛନ୍ତି। ଫଳରେ ଉତ୍ପାଦନ ପରେ ଚାଷୀ ଆନ୍ଧ୍ର ବ୍ୟବସାୟୀଙ୍କୁ ହିଁ ଫସଲ ଦେବା ପାଇଁ ବାଧ୍ୟ ହେଉଛନ୍ତି।

ସୌଜନ୍ୟ ସମ୍ବାଦ