ମନୋରଞ୍ଜନ

Kumbha girl: ମୁହଁ ଖୋଲିଲେ ନିର୍ମାତା ସନୋଜ ମିଶ୍ରା, କହିଲେ-ମୋନାଲିସା ପାଇଁ ବର୍ବାଦ ହେଇଗଲି

ମୋନାଲିସା ସନୋଜ ମିଶ୍ରାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସେ ତାଙ୍କୁ ଖରାପ ବ୍ୟବହାର କରୁଥିଲେ । ଯାହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ସନୋଜ ।

ନୂଆଦିଲ୍ଲୀ ୩୦।୦୩ : କୁମ୍ଭମେଳାରୁ ଭାଇରାଲ ହୋଇଥିବା ମୋନାଲିସା ଅଲଗା ଧର୍ମରେ ବିବାହ କରିବା ଦିନଠାରୁ ବେଶ ଚର୍ଚ୍ଚାରେ ରହିଛନ୍ତି । ପରିବାର ଲୋକ ତାଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିଥିବାବେଳେ ଲଗାତାର ଭାବେ ସନୋଜ ମିଶ୍ରା ମୋନାଲିସାଙ୍କୁ ସମାଲୋଚନା କରିଆସୁଛନ୍ତି । ନିକଟରେ ମୋନାଲିସା ସନୋଜ ମିଶ୍ରାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସେ ତାଙ୍କୁ ଖରାପ ବ୍ୟବହାର କରୁଥିଲେ । ଯାହାକୁ ନେଇ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ସନୋଜ । ସେ କହିଛନ୍ତି କି, ମୋନାଲିସାଙ୍କ ପାଇଁ ମୋ ଫିଲ୍ମ ‘ଦ ଡାଏରୀ ଅଫ୍ ମଣିପୁର’ କଳଙ୍କିତ ହୋଇଛି । ଏହାସହ ଅନେକ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛି ।

ସେ କହିଛନ୍ତି କି, ମୁଁ ମୋନାଲିସାଙ୍କୁ ନିଜର ଝିଅ ଭଳି ଭାବେ । ମୁଁ ତାଙ୍କୁ ପ୍ରଥମେ ଅଭିନୟ ସୁଯୋଗ ଦେଲି, ରହିବାକୁ ଘର ମଧ୍ୟ ଦେଲି । କିନ୍ତୁ ସେ ମୋ ବିରୋଧରେ ମିଥ୍ୟା ମାମଲା କରିବାକୁ ମଧ୍ୟ ପଛାଇଲେ ନାହିଁ । ତାଙ୍କ ପାଇଁ ମୋର ଲକ୍ଷ ଲକ୍ଷ ଟଙ୍କା ଯଙ୍କା ଖର୍ଚ୍ଚ ହୋଇଛି । ମାତ୍ର ୧୫ ଦିନରେ ତାଙ୍କର ମନ୍ତବ୍ୟ ବଦଳି ଗଲା କେମିତି ? ଫିଲ୍ମ ଲଭ୍ ଜିହାଦକୁ ବିରୋଧ କରି ଆସୁଥିବାବେଳେ ସିନେମାର ଅଭିନେତ୍ରୀ ଏହା ପୂର୍ବରୁ ନିଜେ ଅଲଗା ଧର୍ମରେ ବିବାହ କରୁଛନ୍ତି । ଯାହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ମୋ ଫିଲ୍ମକୁ ଏବେ ଆଉ କେଉଁ ଦର୍ଶକ ଦେଖିବ ଆପଣମାନେ କୁହନ୍ତୁ ?

ମୁଁ ମୋନାଲିସାଙ୍କୁ ଫିଲ୍ମ ପାଇଁ ସାଇନ୍ କରି ଫସିଯାଇଛି । ତାଙ୍କ ପାଇଁ ଜଣେ ଶିକ୍ଷକ ରଖିଲି ପାଠ ପଢ଼ାଇଲି । ବହୁ ଖର୍ଚ୍ଚ କରି ସିନେମା ନିର୍ମାଣ କଲି । ଏତିକି ନୁହେଁ ତାଙ୍କ ପାଇଁ ଋଣରେ ବି ବୁଡ଼ିଛି । ୧୫ ଦିନ ଭିତରେ ସବୁ ବଦଳି ଗଲା । ମୋନାଲିସାଙ୍କ ସ୍ବାମୀ ହେଉଛନ୍ତି ପ୍ରକୃତ ଦୋଷୀ । ସେ ମୋନାଲିସାକୁ ଶିଖାଇ ଏପରି କରିଛି । ସେ ଜଣେ ଅପରାଧୀ । ତାଙ୍କ ପାଇଁ ବହୁ କ୍ଷତି ସହୁଛି । ଏହା ସହ ମୋ ନାଁରେ ମଧ୍ୟ ମିଛ ମାମଲାମାନ ରୁଜୁ କରାଯାଉଛି । ଫରମାନ ମିଛ ପ୍ରତିଶୃତି ଦେଇ ତାଙ୍କୁ ଫସାଇ ଦେଇଛି । ଏମିତିକି ସେ ଅନ୍ତର୍ଜାତୀୟ ସ୍ତରରେ ହିରୋଇନ କରାଇବାର ମିଛ କଥା କହି ଫସାଇଥିବା ଅଭିଯୋଗ କରିଛନ୍ତି ସନୋଜ ମିଶ୍ରା ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button