ମାଡ୍ରିଡ୍, ୨୧/୪: ବିଶ୍ବର ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ଭାବେ ପରିଚିତ ଲୌରିୟସ୍ ଆୱାର୍ଡସ ସୋମବାର ପ୍ରଦାନ କରାଯାଇଛି। ପୁରୁଷ ଓ ମହିଳା ବର୍ଗରେ ବିଶ୍ବର ଶ୍ରେଷ୍ଠ କ୍ରୀଡ଼ାବିତ୍ ସମ୍ମାନକୁ ହାତେଇ ନେଇଛନ୍ତି ଦୁଇ ଟେନିସ୍ ଖେଳାଳି କାର୍ଲୋସ ଆଲକାରାଜ ଓ ଆରିନା ସାବାଲେଙ୍କା। ୨୦୨୫ ମସିହାରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଦୁଇ ଟେନିସ୍ ଖେଳାଳି ଶୀର୍ଷ ମାନ୍ୟତା ମଧ୍ୟ ଅର୍ଜନ କରିଥିଲେ।
ମାଡ୍ରିଡ୍ରେ ଅନ୍ୟତମ ଟେନିସ୍ ମହାନ ନୋଭାକ ଜୋକୋଭିକ୍ ଏବଂ ଏଲିନ୍ ଗୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ୬୯ଜଣ ବିଚାରକଙ୍କୁ ନେଇ ଗଠିତ ଚୟନ ସମିତି ଏମାନଙ୍କୁ ବାଛିଥିଲେ। ଲୌରିୟସ୍ ୱାର୍ଲଡ ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୦୦୦ ମସିହାରୁ ଏହି ବାର୍ଷିକ ବିଶ୍ବସ୍ତରୀୟ ସମ୍ମାନ ପ୍ରଦାନ କରାଯାଇ ଆସୁଛି।
୨୦୨୫ର ମସିହା ଲୌରିୟସ୍ ପୁରସ୍କାର ବିଜେତା
ବିଶ୍ବର ଶ୍ରେଷ୍ଠ ପୁରୁଷ ଖେଳାଳି: କାର୍ଲୋସ ଆଲକାରାଜ
ବିଶ୍ବର ଶ୍ରେଷ୍ଠ ମହିଳା ଖେଳାଳି: ଆରିନା ସବାଲେଙ୍କା
ବିଶ୍ବର ଶ୍ରେଷ୍ଠ ଦଳ: ପିଏସ୍ଜି (ପ୍ୟାରିସ୍ ସେଣ୍ଟ୍ ଜର୍ମାନ୍)
ବ୍ରେକ୍ଥ୍ରୁ ଅଫ୍ ଦ ଇୟର୍: ଲାଣ୍ଡୋ ନରିସ୍
କମ୍ବ୍ୟାକ୍ ଅଫ୍ ଦ ଇୟର: ରୋରି ମ୍ୟାକଲରୟ
ଶ୍ରେଷ୍ଠ ଭିନ୍ନକ୍ଷମ ଖେଳାଳି: ଗାବ୍ରିଏଲ୍ ଆରାଉଜୋ
ଆକ୍ସନ ସ୍ପୋର୍ଟସପରସନ୍ ଅଫ୍ ଦି ଇୟର: କ୍ଲୋ କିମ୍
ବିଶ୍ବର ଶ୍ରେଷ୍ଠ ଯୁବ ଖେଳାଳି: ଲାମିନ୍ ୟାମାଲ
ଲୌରିୟସ୍ ଶ୍ରେଷ୍ଠ ପ୍ରେରଣାଦାୟୀ: ଟୋନି କ୍ରୁସ୍
ଲୌରିୟସ୍ ଜୀବନବ୍ୟାପୀ ସାଧନା: ନାଦିଆ କୋମାନେସି
ଲୌରିୟସ୍ ସ୍ପୋର୍ଟ ଫର୍ ଗୁଡ଼୍: ଫୁଟ୍ବଲ୍ ମାସ୍
ସୌଜନ୍ୟ ସମ୍ବାଦ

