ଓଡିଶା

Liquor Consumption in Bhubaneswar: ରାଜଧାନୀବାସୀ ନିଶାରେ ଚୁର୍… ୭ ଦିନରେ ୩୨ କୋଟି ଟଙ୍କା ମଦରେ ଫୁର୍…

ମାତାଲ ହେଲେ ରାଜଧାନୀବାସୀ । ମଦ ପିଇ ଉଡ଼ାଇଦେଲେ କୋଟି କୋଟି ଟଙ୍କା । ନିଶାପାଣିରେ ୩୨ କୋଟି ଉଡ଼ାଇ ଦେଲେ ଭୁବନେଶ୍ବର ଲୋକ । ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜଧାନୀ ବାସିନ୍ଦା । ସାମ୍ନାକୁ ଆସିଲା ଚମକାଇଦେଲା ଭଳି ଖବର ।

ଭୁବନେଶ୍ବର: ମାତାଲ ହେଲେ ରାଜଧାନୀବାସୀ । ମଦ ପିଇ ଉଡ଼ାଇଦେଲେ କୋଟି କୋଟି ଟଙ୍କା । ନିଶାପାଣିରେ ୩୨ କୋଟି ଉଡ଼ାଇ ଦେଲେ ଭୁବନେଶ୍ବର ଲୋକ । ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜଧାନୀ ବାସିନ୍ଦା । ସାମ୍ନାକୁ ଆସିଲା ଚମକାଇଦେଲା ଭଳି ଖବର ।

ତେବେ ବଡ଼ଦିନରୁ ଜିରୋ ନାଇଟ ଭିତରେ ମଦରେ ଉଡିଯାଇଛି କୋଟି କୋଟି ଟଙ୍କା । ଡିସେମ୍ବର ୨୫ରୁ ୩୧ ତାରିଖ ଭିତରେ ୩୨ କୋଟି ଟଙ୍କା ମଦ ପିଇ ଉଡାଇ ଦେଇଛନ୍ତି ଲୋକେ । ପାଣି ପରି ମଦରେ ଉଡାଇଛନ୍ତି ମୋଟ ୩୨ କୋଟି ୫୫ ଲକ୍ଷ ୧୨ ହଜାର ୫୬୦ ଟଙ୍କା ।

ଲକ୍ଷ ଲକ୍ଷ ଲିଟର ମଦ ପିଇଦେଲେ

ତେବେ ୩୨ କୋଟିରୁ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର ପିଇଛନ୍ତି ରାଜଧାନୀବାସୀ । ୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ମଦ ପିଇଛନ୍ତି । ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ପିଇଛନ୍ତି ଭୁବନେଶ୍ବର ଲୋକେ । ଅଢେଇ ଲକ୍ଷ ଲିଟର ବିଦେଶୀ ମଦ, ଦେଢ ଲକ୍ଷ ଲିଟର ଦେଶୀ ମଦ ଏବଂ ୧ ଲକ୍ଷ ୭୮ ହଜାର ଲିଟର ବିୟର ପିଇଛନ୍ତି ରାଜଧାନୀବାସୀ । ଯାହା ଅବକାରୀ ବିଭାଗ ତରଫରୁ ଏହି ତଥ୍ୟ ଆସିଛି ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button