ଭାଷା ଓ ସାହିତ୍ୟ
Literature: କମଳାକାନ୍ତ ପଣ୍ଡା (କଳ୍ପାନ୍ତ)ଙ୍କ କବିତା ମା’…
କହନ୍ତି ମାଆ ପରି କେହି ନାହିଁ। ବିପଦରେ ପଡ଼ିଲେ କିମ୍ବା ଜୀବନରେ ଖୁସି ଟିକକ ମିଳିଲେ ଆଗ ପାଟିରୁ ବାହାରି ଆସେ ମାଆ ବୋଲି। ମାଆ ନାମରେ ଥାଏ ଅଲଗା ଏକ ଆପଣାପଣ ଓ ଅନନ୍ୟ ଶିହରଣ। କବି ଏଠାରେ ମାଆ ଶବ୍ଦର ଯଥାର୍ଥତା ପ୍ରତିପାଦିତ କରିଛନ୍ତି।

ମା’
କମଳାକାନ୍ତ ପଣ୍ଡା (କଳ୍ପାନ୍ତ)
ନ ଥାଏ ରାସ୍ତା
ନ ଥାଏ ବିକଳ୍ପ
ସମୟ ପାଂଶୁଳ
ସମୟ ହିଁ ଉଲୁଡୁକୁ ଉଲୁଡୁକୁ
ଯିଏ ପାର୍ପିକ
ଶୋଇବାର ସ୍ଥାନ ଗଛମୂଳ
ବସିବାର ସ୍ଥାନ ବିଛୁଆତି ବଣ!
କେବେ ସରିବ
ପୋଖତି-ବୈରାଗ୍ୟ।
କେବେ?
ଘଡ଼ିଆଳ ସହ
ନିର୍ଜନ ନଈପଠାରେ
ମୁହାଁମୁହିଁ ହୋଇଗଲେ
‘‘ମା’ ଲୋ’’ ବାହାରିପଡ଼େ ପାଟିରୁ
ଶବ୍ଦରେ ଏତେ ଶକ୍ତି
ଏତେ ମମତା ଥାଏ ଯେ
ଖାଦକ ଓ ଖାଦ୍ୟ
ଫେରନ୍ତି ଶାନ୍ତିରେ
ଯେ ଯାହା ବାଟରେ,
ମା’ ନ କାନ୍ଦୁ ବୋଲି।
ମା’ ତ ପାବନଧ୍ବନି
ପାତ୍ରତାର ତୁଳନା କାହିଁ?
ମୋ: ୯୪୩୭୩୯୦୦୦୩
ସୌଜନ୍ୟ ସମ୍ବାଦ




