Breaking News

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି; ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ରଥଟଣା !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା଼ ଯାତ୍ରାର ସିଧାପ୍ରସାରଣ

ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି  । ଧାଡି ପହଣ୍ଡି ପରେ ତିନି ରଥରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମାହାପ୍ରଭୁ ଶ୍ରୀ ଜଗନ୍ନାଥ  ରଥାରୂଢ଼ ହୋଇଛନ୍ତି । ଚକ୍ରରାଜ ସୁଦର୍ଶନ ପ୍ରଥମେ ରଥାରୁଢ଼ ହୋଇଥିବା ବେଳେ ପରେ ତାଳଧ୍ୱଜରେ ବିଜେ ହୋଇଛନ୍ତି ବଡ଼ ଭାଇ ବଳଭଦ୍ର । ଦେବୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଛନ୍ତି । ବଡ ଭାଇ ବଳଭଦ୍ରଙ୍କ ପରି ମୁଣ୍ଡରେ ଟାହିଆ ଲଗଇ ଭକ୍ତଙ୍କ ଗହଣରେ ଝୁଲିଝୁଲି ଆସି ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥ ବିଜେ କରିଛନ୍ତି ।

ଭୋର୍‌ ୪ଟାରୁ ମାହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିନ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲା ପ୍ରଶାସନ । ହେଲେ ବର୍ତ୍ତମାନ ପହଣ୍ଡି ଶେଷ ହୋଇଛି । ନିର୍ଦ୍ଧାରିତ ସମୟର ପ୍ରାୟ ସଢ଼େ ୩ ଘଣ୍ଟା ପୂର୍ବରୁ ସରିଛି ଶ୍ରୀଜୀଉ ମାନଙ୍କ ପହଣ୍ଡି । ତେଣୁ ଶ୍ରୀଘ୍ର ରଥ ଟଣାଯିବ ବୋଲି ଅନୁମାନ କରାଯାଉଛି ।

Comments are closed.