ଓଡିଶା

Lord Lingaraj: ସନ୍ଧ୍ୟାରୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ସେବାୟତଙ୍କ ବିବାଦ ଯୋଗୁ ଆଜି ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି। ନୀତି ହୋଇ ନ ପାରିବାରୁ ରାତି ସାଢ଼େ ୯ଟାରେ ବଡ଼ୁ ସେବାୟତ ଠାକୁରଙ୍କ ପହୁଡ଼ ପକାଇଥିଲେ। ଫଳରେ ରାତିସାରା ଠାକୁରେ ଉପାସରେ ରହିଛନ୍ତି।

ଭୁବନେଶ୍ୱର: ସେବାୟତଙ୍କ ବିବାଦ ଯୋଗୁ ଆଜି ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି। ନୀତି ହୋଇ ନ ପାରିବାରୁ ରାତି ସାଢ଼େ ୯ଟାରେ ବଡ଼ୁ ସେବାୟତ ଠାକୁରଙ୍କ ପହୁଡ଼ ପକାଇଥିଲେ। ଫଳରେ ରାତିସାରା ଠାକୁରେ ଉପାସରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଠାକୁରଙ୍କୁ ଶୀତ  ହେଉଥିବାରୁ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ପର୍ଯ୍ୟନ୍ତ ଔଷଧି ପ୍ରଦାନ ପୂର୍ବକ ଘୃତଲେପନ କରାଯିବା ବିଧି ରହିଛି। ଏଥିପାଇଁ ମକର ସଂକ୍ରାନ୍ତି ପୂର୍ବ ଦିନ କ୍ଷୀର ଆଉଟା ନୀତି ହୋଇଥାଏ।  ସନ୍ଧ୍ୟାଧୂପ ପରେ ଶ୍ରୀ ଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀ ବାସୁଦେବଙ୍କ ଚଳନ୍ତି ପ୍ରତିମା ମନ୍ଦିର ପରିସରରେ ଥିବା ଭୁବନେଶ୍ବରୀ ମନ୍ଦିରକୁ ଯାଇଥା’ନ୍ତି। ଏହି କ୍ରମରେ ଆଜି ସନ୍ଧ୍ୟା ଧୂପ ପାଇଁ ବେଶ ସରିଥିଲା।

ବ୍ରାହ୍ମଣ ନିଯୋଗ ସେବାୟତ ଠା’(ଭୋଗ ସରଞ୍ଜାମ ସଜାଡ଼ିଥିଲେ)। ତେବେ ମେଘଡମ୍ବରୁ ଓ କ୍ଷୀର ଆସି ନ ଥିବା ବେଳେ ମନ୍ଦିର ପ୍ରଶାସନର ଅଧିକାରୀ ଅନୁପସ୍ଥିତ ଥିବା ଅଭିଯୋଗ କରି ଚର୍ଚେଇତ ସେବାୟତ ମନ୍ଦିର ଗର୍ଭଗୃହକୁ ଭୋଗ ପୂରାଇବାକୁ ମନା କରିଥିଲେ। ଏହାର କିଛି ସମୟ ପରେ ମେଘଡମ୍ବରୁ ଆସିଥିଲେ ହେଁ କ୍ଷୀର ଆସି ନଥିବା କଥା କହିଥିଲେ। ଗତବର୍ଷ ଏହି ତିଥିରେ କ୍ଷୀର ଆଉଟା ନୀତିକୁ ନେଇ ଠାକୁର ମନ୍ଦିର ବାହାରକୁ ଯିବା ପରେ ନୀତି ବିବାଦ ହୋଇ ଠାକୁର ବାହାରେ  ଉପବାସରେ ରହିଥିଲେ। ଏଣୁ ମନ୍ଦିର ଅଧିକାରୀ ଆସିଲେ ନୀତି ଅଗେଇବ ବୋଲି ଚର୍ଚେଇତ ସେବାୟତ କହିଥିଲେ। ଏହାପରେ ସେଠାରେ ଠା’ ଅଟକିଥିଲା। ରାତି ସାଢ଼େ ୯ଟା ପରେ ବଡ଼ୁ ସେବାୟତ ମନ୍ଦିର ପହୁଡ଼ ପକାଇ ଦେଇଥିଲେ। ଫଳରେ ଠାକୁରଙ୍କ ନୀତି ଆଉ ହୋଇପାରିନାହିଁ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button