Breaking News

ପ୍ରେମିକାକୁ କଚାଡ଼ି ମାରିଦେଲା ପ୍ରେମିକ

0

ଚିତ୍ରଡା: ପ୍ରେମିକାକୁ କଚାଡ଼ି ମାରିଦେଲା ପ୍ରେମିକ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ପିସିପୁର-ଭଦ୍ରାଶୋଳ ଗ୍ରାମରେ। ଖବରରୁ ପ୍ରକାଶ କି ଉକ୍ତ ଗ୍ରାମର ଦେବାନ ଭକ୍ତାଙ୍କ ଝିଅ ଯାତ୍ରୀ ଭକ୍ତା (୨୨)ଙ୍କୁ ଉକ୍ତ ଗ୍ରାମର ଯୁବକ ଚାମଟୁ ନାଏକଙ୍କ ପୁଅ ଟିପୁନ ନାଏକ (୨୫) ଗତ ମଙ୍ଗଳବାର ରାତିରେ କଚାଡ଼ି ଜୀବନରୁ ମାରିଦେବା ପରେ ଶବକୁ ନିକଟସ୍ଥ ଜଙ୍ଗଲରେ ଲୁଚାଇଦେଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ସଙ୍ଗେସଙ୍ଗେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ମଧ୍ୟ ତଦନ୍ତ ଆରମ୍ଭ କରିଛି। ତେବେ ଯାତ୍ରୀଙ୍କୁ ଗତ ତିନିବର୍ଷ ହେବ ଟିପୁନ ପ୍ରେମ କରୁଥିଲା। ତେବେ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁହେଁ ଏକତ୍ରିତ ଭାବେ ବସି କଥା ହେଉଥିବା ବେଳେ ହଠାତ କୌଣସି କାରଣକୁ କେନ୍ଦ୍ର କରି ଟିପୁନ ଉତ୍ତ୍ୟକ୍ତ ହୋଇ ଯାତ୍ରୀଙ୍କୁ ବାଡେଇଥିଲା। ତେବେ ସେତିକିରେ ରାଗ ଶାନ୍ତ ପଡ଼ିନଥିଲା। ଶେଷରେ ଯାତ୍ରୀଙ୍କୁ ଉଠାଇ କଚାଡ଼ି ଜୀବନରୁ ମାରିଦେଇଥିଲା ଟିପୁନ। ଏହାପରେ ଯାତ୍ରୀଙ୍କ ଶବକୁ ଜଙ୍ଗଲରେ ଲୁଚାଇ ରଖିଲା।

ଘଟଣା ସମ୍ପର୍କରେ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିବା ପରେ ହତ୍ୟାକାରୀ ପ୍ରେମିକ ଟିପୁନକୁ କୌଶଳକ୍ରମେ ଗିରଫ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ତଦନ୍ତ ଭାର ଗ୍ରହଣ କରିଥିବା ଏସ ଆଇ ପି ସି ପଣ୍ଡା ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ଜବତ କରାଯିବା ପରେ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଯାଇଛି। ଏନେଇ ୨୨୯/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.