LPG Shortage: ସିଲିଣ୍ଡର ନାହିଁ; ୨୦୦୦ଅତିଥିଙ୍କୁ ବିବାହ ଭୋଜି କେମିତି ଦେବୁ; ଚିନ୍ତାରେ କନ୍ୟାର ପରିବାର
ଇରାନ-ଇସ୍ରାଏଲ ଯୁଦ୍ଧ ପରେ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ଅନେକ ବଡ଼ ବଡ଼ ସହରରେ ରେସ୍ତୋରାଁ ବନ୍ଦ କରିଦିଆଯିବା ସହ ହୋଟେଲରେ ଖାଇବାର ଦାମ୍ ବଢ଼ିବାରେ ଲାଗିଛି। ଏମଧ୍ୟରେ ଝିଅର ବିବାହ ଭୋଜି କେମିତି ଦେବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି ମହାରାଷ୍ଟ୍ରର ଏକ ପରିବାର।

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ତରରେ ହେଉଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ଇରାନ-ଇସ୍ରାଏଲ ଯୁଦ୍ଧ ପରେ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ଅନେକ ବଡ଼ ବଡ଼ ସହରରେ ରେସ୍ତୋରାଁ ବନ୍ଦ କରିଦିଆଯିବା ସହ ହୋଟେଲରେ ଖାଇବାର ଦାମ୍ ବଢ଼ିବାରେ ଲାଗିଛି। ଏମଧ୍ୟରେ ଝିଅର ବିବାହ ଭୋଜି କେମିତି ଦେବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି ମହାରାଷ୍ଟ୍ରର ଏକ ପରିବାର। ନାସିକରେ ଏଲପିଜି ଗ୍ୟାସ ସିଲିଣ୍ଡରର ଅଭାବ ଏବେ ବିବାହର ଖୁସିକୁ ଫିକା କରିଛି। ଝିଅର ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ପରିବାର ଏବେ ଅତିଥିମାନଙ୍କ ପାଇଁ ଖାଦ୍ୟ କିପରି ରାନ୍ଧିବେ କରିବେ ତାହା ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି।
“ବିବାହ ମାର୍ଚ୍ଚ ୧୪ ତାରିଖରେ, ୨୦୦୦ ଅତିଥିଙ୍କ ପାଇଁ ରନ୍ଧାଯିବ ଖାଦ୍ୟ।”
ନାସିକର ସହାରା ଅଞ୍ଚଳରେ ରହୁଥିବା ବେଲସରେ ପରିବାର ଗ୍ୟାସ ସିଲିଣ୍ଡରର ଅଭାବ ପାଇଁ ଚିନ୍ତାରେ ପଡ଼ିଛନ୍ତି। ପରିବାରର ଝିଅ ଖୁସ୍ବୁ ବେଲସରେଙ୍କ ବିବାହ ମାର୍ଚ୍ଚ ୧୪ ତାରିଖରେ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ପ୍ରାୟ ୨୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ବିବାହ ପାଇଁ ହଳଦୀ ମେହନ୍ଦୀ ଓ ସଙ୍ଗୀତ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିଲେ ବି ପରିବାରର ମୁରବୀ ଏବେ ଚାପଗ୍ରସ୍ତ ହୋଇପଡ଼ିଛନ୍ତି। ବିବାହ ଅନୁଷ୍ଠିତ ହେବାକୁ ଥିବା ମଣ୍ଡପର ମାଲିକ କୈଳାସ ଗୁପ୍ତା ପରିବାରକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭୋଜି ପାଇଁ ପରିବାରକୁ ନିଜେ ଗ୍ୟାସ୍ ସିଲିଣ୍ଡର ବ୍ୟବସ୍ଥା କରିବାକୁ ପଡିବ। ତେବେ ବର୍ତ୍ତମାନର ପରିସ୍ଥିତିରେ ଗୋଟାଏ ସିଲିଣ୍ଡର ପାଇବା କଷ୍ଟକର। ତେଣୁ ଏବେ ରୋଷେଇ ପାଇଁ ମେନୁ ପରିବର୍ତ୍ତନ କରିବାକୁ ପରିବାର ଚିନ୍ତା କରୁଥିବା ଜଣାଯାଇଛି।
ଲୋକଙ୍କୁ ନଆସିବା ପାଇଁ କେମିତି କହିବୁ
ବିବାହ କରିବାକୁ ଯାଉଥିବା ଖୁସ୍ବୁଙ୍କ କହିବା ମୁତାବକ, “ବିବାହ ମଣ୍ଡପର ମାଲିକ କହୁଛନ୍ତି ଯେ, ସିଲିଣ୍ଡର ପାଇବା ଅସମ୍ଭବ। ସମସ୍ୟା ହେଉଛି ଏବେ ଅତିଥିମାନଙ୍କୁ କିପରି ନ ଆସିବାକୁ କହିବୁ। ଆମେ ୨୦୦୦ରୁ ୧୦୦୦ ଅତିଥି ମଧ୍ୟ ରଖିପାରିବୁ ନାହିଁ, କାରଣ ଆମେ ସମସ୍ତଙ୍କୁ ନିମନ୍ତ୍ରଣ କାର୍ଡ ପଠାଇ ସାରିଛୁ। ଆମେ ଜାଣିନାହୁଁ ସବୁକିଛି କିପରି ହେବ। ବର୍ତ୍ତମାନ, ଆମେ ଚାପରେ ଅଛୁ।”
ସୌଜନ୍ୟ ସମ୍ବାଦ




