Breaking News

ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ

ଭୁବନେଶ୍ବର:  ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁୟାରୀ 27 ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ ସମଲେଶ୍ବରୀଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମାଆ ସମଲେଶ୍ବରୀ ହେଉଛନ୍ତି ସାରା ଓଡିଶାର ଆରାଧ୍ୟ ଦେବୀ। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟି କୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି। ଲୋକଙ୍କ ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି। ମା’ ସମଲେଇ ଆମ ସମସ୍ତଙ୍କର ଆରାଧ୍ୟ ଦେବୀ। ତାଙ୍କରି କୃପା ଓ ଆଶିଷରେ ‘ସମଲେଇ’ ପ୍ରକଳ୍ପ ସାକାର ହୋଇଛି। ଏବେ ମା’ଙ୍କ ପୀଠର ଭବ୍ୟ ପରିବେଶ ସମସ୍ତଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ମା’ଙ୍କ କାର୍ଯ୍ୟରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ମୋର ଧନ୍ୟବାଦ ଜଣାଉଛି।

Comments are closed.