ଦେଶ ବିଦେଶମନୋରଞ୍ଜନରାଜନୀତି
Madras High Court: ଅଭିନେତା ତଥା ରାଜନେତା ବିଜୟଙ୍କ ଉପରେ ୧.୫ କୋଟି ଟଙ୍କାର ଟିକସ ଜରିମାନା କାଏମ ରଖିଲେ ମାଡ୍ରାସ ହାଇକୋର୍ଟ
୨୦୧୫-୧୬ ଆର୍ଥିକ ବର୍ଷରେ ଆୟ ପ୍ରକାଶ ନ କରିବା ଅଭିଯୋଗରେ ଆୟକର ବିଭାଗ ଅଭିନେତା ତଥା ରାଜନେତା ବିଜୟଙ୍କ ଉପରେ ୧.୫୦ କୋଟି ଟଙ୍କା ଟିକସ ଜରିମାନା ଲାଗୁ କରିଥିଲା।ଆୟକର ବିଭାଗର ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବିଜୟ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ

ନୂଆଦିଲ୍ଲୀ: ୨୦୧୫-୧୬ ଆର୍ଥିକ ବର୍ଷରେ ଆୟ ପ୍ରକାଶ ନ କରିବା ଅଭିଯୋଗରେ ଆୟକର ବିଭାଗ ଅଭିନେତା ତଥା ରାଜନେତା ବିଜୟଙ୍କ ଉପରେ ୧.୫୦ କୋଟି ଟଙ୍କା ଟିକସ ଜରିମାନା ଲାଗୁ କରିଥିଲା। ଆୟକର ବିଭାଗର ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବିଜୟ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁକ୍ରବାର ହାଇକୋର୍ଟ ତାଙ୍କ ରିଟ୍ ପିଟିସନ୍ ଖାରଜ କରି ଜରିମାନାକୁ କାଏମ ରଖିଛନ୍ତି।




