ଜୀବନଚର୍ଯ୍ୟା

Doctor Advice:ମସ୍ତିଷ୍କ ଟ୍ୟୁମର କ’ଣ? ଏହାର କାରଣ ବିଷୟରେ କ’ଣ କୁହନ୍ତି ଡାକ୍ତର, ଜାଣିବା….

ମସ୍ତିଷ୍କ ଟ୍ୟୁମର ହେଉଛି ଆପଣଙ୍କ ମସ୍ତିଷ୍କରେ କିମ୍ବା ଏହାର ଚାରିପାଖରେ କୋଷଗୁଡ଼ିକର ଏକ ଅସ୍ୱାଭାବିକ ବୃଦ୍ଧି। ମସ୍ତିଷ୍କ ଟ୍ୟୁମରରେ କ୍ୟାନ୍‌ସର ହୋଇପାରେ କିମ୍ବା ନ ହୋଇପାରେ। ୧୨୦ରୁ ଅଧିକ ପ୍ରକାରର ମସ୍ତିଷ୍କ ଟ୍ୟୁମର ଦେଖାଯାଏ।

  • ମସ୍ତିଷ୍କ ଟ୍ୟୁମର କ’ଣ ଓ କେତେ ପ୍ରକାର?
    ମସ୍ତିଷ୍କ ଟ୍ୟୁମର ହେଉଛି ଆପଣଙ୍କ ମସ୍ତିଷ୍କରେ କିମ୍ବା ଏହାର ଚାରିପାଖରେ କୋଷଗୁଡ଼ିକର ଏକ ଅସ୍ୱାଭାବିକ ବୃଦ୍ଧି। ମସ୍ତିଷ୍କ ଟ୍ୟୁମରରେ କ୍ୟାନ୍‌ସର ହୋଇପାରେ କିମ୍ବା ନ ହୋଇପାରେ। ୧୨୦ରୁ ଅଧିକ ପ୍ରକାରର ମସ୍ତିଷ୍କ ଟ୍ୟୁମର ଦେଖାଯାଏ। କିନ୍ତୁ ସାଧାରଣତଃ ୩ ପ୍ରକାର ଟ୍ୟୁମର ଅଧିକ ହୋଇଥାଏ- ଗ୍ଲାୟୋମା, ମେନିନ୍‌ଜୋମା ଓ ମେଟା‌ଷ୍ଟେସିସ୍‌।
  • ଏହାର ଲକ୍ଷଣ କ’ଣ ଏବଂ କେତେ ଗମ୍ଭୀର ହୋଇପାରେ?
    ମସ୍ତିଷ୍କ ଟ୍ୟୁମର ସହ କର୍କଟ ରୋଗ ହେଉ କି ନ ହେଉ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। କାରଣ ଖପୁରି କଠିନ ଏବଂ ଟ୍ୟୁମରକୁ ବିସ୍ତାର କରିବା ପାଇଁ ସ୍ଥାନ ପ୍ରଦାନ କରେ ନାହିଁ। ଯଦି ଟ୍ୟୁମର ଆପଣଙ୍କ ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିବା ଅଂଶ ନିକଟରେ ହୁଏ ତେବେ ଏହା ଗୁରୁତର ଲକ୍ଷଣ ସୃଷ୍ଟି କରିପାରେ, ଯେପରିକି ମୂକ ପାଲଟିବା, ଦୃଷ୍ଟି ଶକ୍ତି ହରାଇବା, ଫିଟ୍‌ସ ହେବା, ଚାଲିବାରେ କଷ୍ଟ ହେବ, ଭାଷା ବୁଝିବାରେ କିମ୍ବା ବ୍ୟବହାର କରିବାରେ ଅସୁବିଧା। ସାଧାରଣତଃ ୪୦ ବର୍ଷ ବୟସ ଅତିକ୍ରମ କଲା ପରେ ଏପରି ସମସ୍ୟା ଦେଖାଯାଇଥାଏ। ପିଲାମାନଙ୍କଠାରେ ମସ୍ତିଷ୍କ ଟ୍ୟୁମରର ଲକ୍ଷଣ ଭିନ୍ନ।
  • ମସ୍ତିଷ୍କ ଟ୍ୟୁମର ହେବାର କାରଣ କ’ଣ?
    ଆଜିପର୍ଯ୍ୟନ୍ତ ବିଜ୍ଞାନ ଏହାର କାରଣ ବାହାର କରିପାରିନାହିଁ। ଜୀବନଶୈଳୀ ପରିବର୍ତ୍ତନ, ଖରାପ ଅଭ୍ୟାସ, ପରିବେଶ, ମାତ୍ରାଧିକ ମଦ୍ୟପାନ ଓ ଧୂମପାନ ବ୍ରେନ୍‌ ଟ୍ୟୁମର ହେବାର ଆଶଙ୍କା ଥାଏ।
  • ମସ୍ତିଷ୍କ ଟ୍ୟୁମର ନିର୍ଣ୍ଣୟ କରିବା ପାଇଁ କେଉଁ ପରୀକ୍ଷା କରାଯାଇଥାଏ?
    ଏହି ଟ୍ୟୁମର ଜାଣିବା ପାଇଁ ସିଟି ସ୍କାନ୍‌ କରାଯାଇଥାଏ। ସେଥିରୁ ଜଣାପଡ଼ିଯାଏ କି ଏହା କେଉଁପ୍ରକାର ଟ୍ୟୁମର। ପୁଣି ବିଭିନ୍ନ ପ୍ରକାର ଏମ୍‌ଆର୍‌ଆଇ ପରୀକ୍ଷା ରହିଛି ଯଥା: ପ୍ଲେନ୍‌ ଏମ୍‌ଆର୍‌ଆଇ, କଣ୍ଟ୍ରାଷ୍ଟ୍‌ ଏମ୍‌ଆର୍‌ଆଇ, ଏମ୍‌ଆର୍‌ଏସ୍‌ ଓ ଏମ୍‌ଆର୍‌ଏ। ଏହାପରେ ବାୟୋପ୍ସି କରାଯାଏ।
  • ଏହି ରୋଗ ବଂଶଗତ କି? ଏହାର ଚିକିତ୍ସା କ’ଣ ରହିଛି?
    ନା। ୯୯ ପ୍ରତିଶତ ମସ୍ତିଷ୍କ ଟ୍ୟୁମର ବଂଶଗତ ନୁହେଁ। ୧ ପ୍ରତିଶତ କ୍ଷେତ୍ରରେ ବଂଶଗତ ହୋଇପାରେ। କୌଣସି ବ୍ରେନ୍‌ ଟ୍ୟୁମର୍‌ ହୋଇଥିଲେ ଏହା ପାଇଁ ଅସ୍ତ୍ରୋପଚାର, ରେଡିଏସନ୍‌ ଓ ମେଡିସିନ୍‌ ଚିକିତ୍ସା କରାଯାଇଥା‌ଏ।

    ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button