Breaking News

ବର୍ଷ ବର୍ଷ ଧରି ସ୍କୁଲ ଆସୁ ନ ଥିଲେ, ବିଦା ହେଲେ ୧୦ ଶିକ୍ଷକ

0

ମାଲକାନଗିରି:  ଶିକ୍ଷାଦାନ ପରି ମହତ କାମ ପାଇଁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ହେଲେ ପିଲାମାନଙ୍କୁ ଶିକ୍ଷାଦାନ କରିବା ପରିବର୍ତ୍ତେ ବର୍ଷ ବର୍ଷ ଛୁଟିରେ ରହିଲେ। ଏନେଇ ନା କୌଣସି ଦରଖାସ୍ତ ଦେଲେ ନା ପଠା ଯାଉଥିବା ନୋଟିସର ଉତ୍ତର ଦେଲେ। ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ପାଇଥିବା ୧୦ କନିଷ୍ଠ ଶିକ୍ଷକଙ୍କ ଏପରି ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ରାଜ୍ୟ ସରକାର ସେମାନଙ୍କୁ ବହିଷ୍କାର କରିଛନ୍ତି। ଅନୁପସ୍ଥିତ ରହିବା ଯୋଗୁ ହାତରୁ ଚାକିରି ଖସି ଯାଇଥିବା ଏହି ଶିକ୍ଷକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି।

ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ନିଯୁକ୍ତି ପାଇଥିବା ଏହି ଶିକ୍ଷକମାନେ ଦୀର୍ଘ ଦିନ ହେଲା ଅନୁପସ୍ଥିତ ରହୁଥିଲେ। ଏପରିକି କିଏ ୪ ବର୍ଷ ତ କିଏ ୫ ବର୍ଷ ହେଲା ସ୍କୁଲକୁ ଆସୁ ନ ଥିଲେ। ଏ ନେଇ ସେମାନଙ୍କ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ନ ଥିବା ବେଳେ ନୋଟିସ୍‌ ପଠାଇଲେ ତାହାର ଉତ୍ତର ଦେଉ ନ ଥିଲେ।  ଏଥିଯୋଗୁ ଉପାନ୍ତ ଅଞ୍ଚଳରେ ରହୁଥିବା ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ତେଣୁ ଦୀର୍ଘ ଦିନ ଧରି ନିଜ କାର୍ଯ୍ୟରେ ଯୋଗ ଦେଉ ନ ଥିବାରୁ ଏହି ୧୦ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି  ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା  ।

ଶିକ୍ଷକଙ୍କ ବାବଦରେ ମଧ୍ୟ ଗଣମାଧ୍ୟମରେ ବିଜ୍ଞାପନ ଜାରି କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି  । ତେବେ  ଏନେଇ ସେମାନଙ୍କ ପ୍ରତିକ୍ରିୟା କିଛି ବି ହସ୍ତଗତ ହୋଇନି।

Leave A Reply

Your email address will not be published.