ଦେଶ ବିଦେଶ

Maldives and Myanmar: କେନ୍ଦ୍ରୀୟ ବଜେଟ୍: ବଂଲାଦେଶ-ମାଳଦ୍ୱୀପକୁ ବଡ଼ ଝଟ୍‌କା,ଶ୍ରୀଲଙ୍କା-ଆଫଗାନିସ୍ତାନ ପାଇଁ ଖୁସି ଖବର

ବଜେଟରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ନେପାଳର ଆବଣ୍ଟନରେ ବୃଦ୍ଧି ଘଟିଛି। ଭାରତ ସରକାର କେନ୍ଦ୍ରୀୟ ବଜେଟ୍‌ରେ ବାଂଲାଦେଶକୁ ସହାୟତାରେ ଯଥେଷ୍ଟ ହ୍ରାସ କରିଛନ୍ତି। ଗତବର୍ଷ ୧୨୦ କୋଟି ତୁଳନାରେ ଚଳିତ ବର୍ଷ ଏହା ଅଧା କରାଯାଇଛି।

ନୂଆଦିଲ୍ଲୀ: କୂଟନୈତିକ ସମ୍ପର୍କ ତିକ୍ତ ହେବା ମଧ୍ୟରେ ଭାରତ ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍‌ରେ ବାଂଲାଦେଶକୁ ପ୍ରଦାନ କରୁଥିବା ନିଜର ବିକାଶ ସହାୟତାକୁ ଅଧା କରିଦେଇଛି। ଆବଣ୍ଟନକୁ ୬୦ କୋଟି ଟଙ୍କାକୁ ହ୍ରାସ କରିଛି। ଏହା ଅଗଷ୍ଟ ୨୦୨୪ରେ ଶେଖ ହାସିନାଙ୍କ ପତନ ପରେ ଉଭୟ ଦେଶ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା କୂଟନୈତିକ ସ୍ଥିରତାକୁ ପ୍ରତିଫଳିତ କରୁଥିବା କୁହାଯାଉଛି। ବଜେଟରେ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ନେପାଳର ଆବଣ୍ଟନରେ ବୃଦ୍ଧି ଘଟିଛି। ଭାରତ ସରକାର କେନ୍ଦ୍ରୀୟ ବଜେଟ୍‌ରେ ବାଂଲାଦେଶକୁ ସହାୟତାରେ ଯଥେଷ୍ଟ ହ୍ରାସ କରିଛନ୍ତି। ଗତବର୍ଷ ୧୨୦ କୋଟି ତୁଳନାରେ ଚଳିତ ବର୍ଷ ଏହା ଅଧା କରାଯାଇଛି।

ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ହିଂସା ବୃଦ୍ଧି ସହିତ ବାଂଲାଦେଶର ବୈଦେଶିକ ନୀତିରେ ପରିବର୍ତ୍ତନ ଦ୍ୱାରା ଭାରତ-ବାଂଲାଦେଶ ସମ୍ପର୍କ ତିକ୍ତ ହେଉଥିବାବେଳେ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ମହମ୍ମଦ ୟୁନୁସଙ୍କ ସରକାରଙ୍କୁ ବଡ଼ ଝଟକା ଦେଇଛି। ଶେଖ ହାସିନାଙ୍କ ସରକାରଙ୍କ ପତନ ପରେ, ବାଂଲାଦେଶ ପାକିସ୍ତାନ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଆରମ୍ଭ କରିଛି।

ମାଳଦ୍ୱୀପ ପାଇଁ ୫୫୦ କୋଟି ଆବଣ୍ଟିତ କରାଯାଇଛି

ବାଂଲାଦେଶ ପରି ମାଳଦ୍ୱୀପ ଓ ମିଆଁମାର ପାଇଁ ଆବଣ୍ଟିତ ହେଉଥିବା ବଜେଟ୍ ହ୍ରାସ ପାଇଛି। ମାଳଦ୍ୱୀପ ପାଇଁ ସହାୟତା ୫୦ କୋଟି ଟଙ୍କା ହ୍ରାସ କରାଯାଇ ୫୫୦ କୋଟି ଆବଣ୍ଟିତ କରାଯାଇଛି। ରାଜନୈତିକ ଅସ୍ଥିରତା ଓ କାର୍ଯ୍ୟାନ୍ୱୟନ ଚ୍ୟାଲେଞ୍ଜ୍ ମଧ୍ୟରେ ମିଆଁମାରର ଆବଣ୍ଟନ ପ୍ରାୟ ୧୪ ପ୍ରତିଶତ ହ୍ରାସ କରାଯାଇ ୩୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି।

ଅପରପକ୍ଷରେ ଭାରତ କାବୁଲରେ ତାଲିବାନ ନେତୃତ୍ୱାଧୀନ ପ୍ରଶାସନ ସହିତ ତାର ସମ୍ପର୍କକୁ ପୁନଃନିର୍ମାଣ କରୁଥିବାରୁ, ଭାରତ ଆଫଗାନିସ୍ତାନକୁ ୫୦ କୋଟି ଟଙ୍କା ସହାୟତା ବୃଦ୍ଧି କରିଛି। ୨୦୨୧ ମସିହାରେ ସମ୍ପର୍କ ଛିନ୍ନ କରିବା ପରେ, ଭାରତ ଧୀରେ ଧୀରେ କୂଟନୈତିକ ଚ୍ୟାନେଲଗୁଡ଼ିକୁ ପୁଣି ଖୋଲିଛି। ଅକ୍ଟୋବର ମାସରେ, ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଲୋଚନା ପାଇଁ ନୂଆଦିଲ୍ଲୀ ଆସିଥିଲେ। ଭାରତ ସେବେଠାରୁ କାବୁଲରେ ନିଜର ଦୂତାବାସ ପୁଣିଥରେ ଖୋଲିଛି। ଶ୍ରୀଲଙ୍କା ଓ ନେପାଳର ସହାୟତା ୧୦୦ କୋଟି ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ଶ୍ରୀଲଙ୍କାର ଆବଣ୍ଟନ ବୃଦ୍ଧି ପାଇଥିବାବେଳେ ସହାୟତାରେ ଭିତ୍ତିଭୂମି, କ୍ଷମତା ନିର୍ମାଣ ଓ ଅର୍ଥନୈତିକ ସ୍ଥିରତା ଉପରେ ଗୁରୁତ୍ବାରୋପ କରାଯାଇଛି। ନେପାଳ ପାଇଁ ୮୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଭୁଟାନକୁ ୧୩୮ କୋଟିର ସହୟତା ବୃଦ୍ଧି କରାଯାଇଛି। ଫଳରେ ଏହାର ସହାୟତା ୨,୧୫୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨,୨୮୮ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ସମ୍ପ୍ରତି ଭୁଟାନର ପ୍ରଥମ ୪,୦୦୦ କୋଟି ଟଙ୍କାର ଏକ କ୍ରେଡିଟ୍ ଲାଇନ କାର୍ଯ୍ୟକ୍ଷମ କରିଛି, ଯାହା ଶକ୍ତି କ୍ଷେତ୍ରରେ ନିବେଶକୁ ବିସ୍ତାର କରିବା ପାଇଁ ଉଦ୍ଦିଷ୍ଟ। ଭୁଟାନକୁ ୪,୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଦୁଇଟି ରେଳ ସଂଯୋଗ ନିର୍ମାଣ କରିବାର ଯୋଜନା ମଧ୍ୟ ଘୋଷଣା କରାଯାଇଛି। ଏହା ପଶ୍ଚିମବଙ୍ଗର ବନରହାଟକୁ ସାମତ୍ସେ ଓ ଆସାମର କୋକ୍ରାଝାରକୁ ଗେଲେଫୁକୁ ସଂଯୋଗ କରିବ।

ବଜେଟ୍‌ରେ ଆଫ୍ରିକୀୟ ଦେଶଗୁଡ଼ିକ ପାଇଁ ୨୨୫ କୋଟି, ଲାଟିନ୍ ଆମେରିକୀୟ ଦେଶଗୁଡ଼ିକ ପାଇଁ ଆବଣ୍ଟନ ଦୁଇଗୁଣ ବୃଦ୍ଧି ପାଇ ୧୨୦ କୋଟି, ୟୁରେସିଆନ୍ ଦେଶଗୁଡ଼ିକ ପାଇଁ ସାମାନ୍ୟ ହ୍ରାସ କରାଯାଇ ୩୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମରିସସ କ୍ଷେତ୍ରରେ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଛି।।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button