ମହାନଗର

Mancheswar: ମଞ୍ଚେଶ୍ବରରୁ ଜବରଦଖଲ ଉଚ୍ଛେଦ: ମାଟିରେ ମିଶିଲା କଂକ୍ରିଟ୍‌ କୋଠା, ଦୋକାନ

ବିଡିଏ ପକ୍ଷରୁ ଆଜି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏକାଧିକ ଜେସିବି ଜରିଆରେ ୪ ଘଣ୍ଟା ଧରି ଉଚ୍ଛେଦ ଜାରି ରହିଥିଲା ଓ ବହୁ କଂକ୍ରିଟ୍‌ ଘର ଭାଙ୍ଗି ମାଟିରେ ମିଶାଯାଇଛି।

ଭୁବନେଶ୍ୱର: ବିଡିଏ ପକ୍ଷରୁ ଆଜି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏକାଧିକ ଜେସିବି ଜରିଆରେ ୪ ଘଣ୍ଟା ଧରି ଉଚ୍ଛେଦ ଜାରି ରହିଥିଲା ଓ ବହୁ କଂକ୍ରିଟ୍‌ ଘର ଭାଙ୍ଗି ମାଟିରେ ମିଶାଯାଇଛି। ବିଡିଏ ସୂଚନା ମୁତାବକ, ପ୍ଲଟ ନମ୍ବର-୨୪୩୦ରେ ୮୦୦ ଡେସିମାଲ୍‌ ସରକାରୀ ଜାଗା ରହିଛି। ଏଥିରୁ ୨ଶହ ଡେସିମାଲ୍‌ ଜାଗାକୁ ଜବରଦଖଲକାରୀମାନେ ମାଡ଼ି ବସିଥିଲେ। ଘର କରି କେଉଁଠି ଭଡ଼ା ଦେଇଥିଲେ ତ କେଉଁଠି ଦୋକାନ କରିଥିଲେ ଅବା ନିଜେ ରହୁଥିଲେ।

ଏନ୍‌ଫୋର୍ସମେଣ୍ଟ ଦଳ ଆଜି ଏହି ଜବରଦଖଲକୁ ଉଚ୍ଛେଦ କରିଛନ୍ତି। ୨ଟି କୋଠା ଘର, ୭ଟି ଆଜବେଷ୍ଟସ୍‌ ଘର, ୬ଟି ଆଜବେଷ୍ଟସ୍‌ ଦୋକାନ ଘର, ଦୁଇଟି ଗ୍ୟାରେଜ୍‌ ସହ ଅନ୍ୟାନ୍ୟ ନିର୍ମାଣ ଭାଙ୍ଗି ମାଟିରେ ମିଶାଯାଇଛି। ସରକାରୀ ଜାଗାରେ ବୁଲାଯାଇଥିବା ପ୍ରାୟ ୨୦୦ ଫୁଟ୍‌ର କଂକ୍ରିଟ୍‌ ପାଚେରି ଭଙ୍ଗା ହୋଇଛି। ବିଡିଏର ସ୍ୱତନ୍ତ୍ର ଅଧିକାରୀ(ପ୍ରବର୍ତ୍ତନ) ଦେବରାଜ ସେଠୀଙ୍କ ନେତୃତ୍ୱରେ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ମଞ୍ଚେଶ୍ୱର ଥାନା ଏଏସ୍ଆଇ ସ୍ନେହାଶିଷ ଚାନ୍ଦ ପ୍ରମୁଖ ଜବରଦଖଲ ବେଳେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୨ ସେକ୍ସନ୍‌ ପୁଲିସ ମୁତୟନ ହୋଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button