ବିଶେଷ

Mandana: ଭାରତ ଛାଡ଼ିବେ ମନ୍ଦାନା!

ଇଏ ସେ ମନ୍ଦାନା ନୁହନ୍ତି ଯାହାଙ୍କର ନିକଟରେ ଶୁଭ ପରିଣୟ ସଂପନ୍ନ ହୋଇଛି। ରଶ୍ମିକା ମନ୍ଦାନାଙ୍କ ପରି ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ମନ୍ଦାନା କରୀମୀ। ଇରାନ ମୂଳର ଏ ଅଭିନେତ୍ରୀ ଭାରତ ଛାଡ଼ି ଚାଲିଯିବା ସମ୍ପର୍କରେ ଘୋଷଣା କରିଛନ୍ତି।

ଇଏ ସେ ମନ୍ଦାନା ନୁହନ୍ତି ଯାହାଙ୍କର ନିକଟରେ ଶୁଭ ପରିଣୟ ସଂପନ୍ନ ହୋଇଛି। ରଶ୍ମିକା ମନ୍ଦାନାଙ୍କ ପରି ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ମନ୍ଦାନା କରୀମୀ। ଇରାନ ମୂଳର ଏ ଅଭିନେତ୍ରୀ ଭାରତ ଛାଡ଼ି ଚାଲିଯିବା ସମ୍ପର୍କରେ ଘୋଷଣା କରିଛନ୍ତି। ମନ୍ଦାନା ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ। ସେ ଇରାନର ପୂର୍ବ ଶାସକ  ଖାମେନେଇଙ୍କର ଜଣେ କଠୋର ସମାଲୋଚକ ଥିଲେ। ତେବେ ଖାମେନେଇଙ୍କ ମୃତ୍ୟୁ ପରେ ସେ ସ୍ବଦେଶ ଫେରିଯିବାକୁ ଗୋଡ଼ କାଢ଼ିଛନ୍ତି। ତାଙ୍କର ଇଚ୍ଛା ଯେ ସେ ଏକ ମୁକ୍ତ ଇରାନରେ ବଞ୍ଚିବେ, ଯେଉଁଠି ମହିଳାଙ୍କୁ ନିଜ ଇଚ୍ଛାରେ ବଞ୍ଚିବା, ବୁଲିବା, ପାଠ ପଢ଼ିବାର ସ୍ବାଧୀନତା ଥିବ।

ଇରାନର ଶାସକ ପରିବର୍ତ୍ତନ ହେବା କ୍ଷଣି ସେ ଏହି ନିଷ୍ପତ୍ତି ନେଇଥିବା କଥା ପ୍ରକାଶ କରିଥିଲେ ହେଁ ମାମୁଘର ଭାରତରେ ସେ ଅନେକ ବିବାଦ ଓ ନିରାଶାର ଶରବ୍ୟ ହେବା ମୁଖ୍ୟ କାରଣ ବୋଲି କହିହେବ। ଖୁବ୍ ଅଳ୍ପ ବୟସରୁ ସେ ମଡେଲିଂରେ କ୍ୟାରିଅର କରିବାକୁ ମୁମ୍ବାଇ ଆସିଥିଲେ। ଏଠାରେ ସେ କିଛିଟା ବଲିଉଡ୍‌ ଚଳଚ୍ଚିତ୍ରରେ ବି ଅଭିନୟ କଲେ। ଏହା ପରେ ‘ବିଗ୍‌ ବସ୍‌ ୯’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଘରେ ଘରେ ସୁପରିଚିତ ହୋଇଗଲେ। ବ୍ୟବସାୟୀ ଗୌରବ ଗୁପ୍ତାଙ୍କୁ ପ୍ରେମ ବିବାହ କରିବା ପାଇଁ ସେ ଧର୍ମ ପରିବର୍ତ୍ତନ ମଧ୍ୟ କରିଥିଲେ। କିନ୍ତୁ ସେ ବିବାହ ତିଷ୍ଠି ନଥିଲା। ନିର୍ଦେଶକ ସାଜିଦ ଖାଁ ଓ ଉମେଶ ଘାଡ଼ଗେଙ୍କ ବିରୋଧରେ ସେ ଯୌନ ନିର୍ଯାତନାର ଅଭିଯୋଗ ବି ଆଣିଥିଲେ। ଏହା ପରେ ତାଙ୍କ କ୍ୟାରିଅର୍‌ର ପତନ ଆରମ୍ଭ ହେଲା। ତେବେ ସ୍ବଦେଶ ଇରାନର ଶାସକଙ୍କୁ ନେଇ ତାଙ୍କର ଶାଣିତ ମନ୍ତବ୍ୟ ଯୋଗୁଁ ବନ୍ଧୁପରିଜନ ମଧ୍ୟ ତାଙ୍କ ଠାରୁ ଦୂରେଇ ଗଲେ। ତେଣୁ ସେ ଏଠାରେ ଏକାକୀତ୍ବ ସହିତ ଲଢ଼ିବା ଅପେକ୍ଷା ଇରାନ ଫେରିଯିବା ଶ୍ରେୟସ୍କର ମଣିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button