ଓଡିଶା

ରକ୍ତରଞ୍ଜିତ ହେଲା ସୁଲିଆ ପୀଠ, ପଡିଲା ବଳି : ସୁରକ୍ଷା ବ୍ୟବସ୍ଥା ପୁରା କଡ଼ାକଡ଼ି

ବଲାଙ୍ଗୀର୨୩।୧୨ : ମଙ୍ଗଳବାରବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧସୁଲିଆ ଯାତ୍ରା । ଖଇରଗୁଡ଼ାର ବଡ଼ ଖଳା ଓ କୁମୁରିଆର ସାନଖଳାରେ ପଡ଼ିଲା ବଳି। ରକ୍ତ ରଞ୍ଜିତ ହେଲାସୁଲିଆ ପୀଠ। ଯାତ୍ରାକୁ ଦୃଷ୍ଟିରେ ରଖିବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏପିରିକିବଳି ପଡ଼ୁଥିବା ସ୍ଥାନରେ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନକରାଯାଇଛି ।ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଙ୍ଗମ ହୋଇଛି।

ସୂଚନାନୁଯାୟୀ, ସୋମବାରରାତିରେ ନିଶି ପୂଜା ପରେ ଭୋର ୪ଟାରୁ ବିଭିନ୍ନ ନୀତିକାନ୍ତି ହୋଇଥିଲା। ଆଦିବାସୀ ପରମ୍ପରା ଅନୁଯାୟୀ ଭୋରରୁ ମୁଖ୍ୟ ପୂଜକ ବଡ଼ ଖଳାକୁ ଯାଇ ସେଠାରେ ଗାଧୋଇବା ପରେ ନୀତିକାନ୍ତି ଆରମ୍ଭ କରିଥିଲେ । ବରୁଆମାନଙ୍କ ଭିତରେ ଦେବତାଙ୍କୁ ଆବାହନ କରାଯାଇଥିଲା। ବରୁଆମାନଙ୍କ ଦେହରେ ଦେବତା ଆସିବା ପରେ ପ୍ରଥମେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟ ଭୁକାକୁ ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଆଣିଥିବା ମାନସିକ କୁକୁଡ଼ା,ଛେଳି,ମେଣ୍ଢା,ମଇଁଷିକୁ ବଳି ଦିଆଯାଇଥିଲା।

ବିଶ୍ୱାସ ରହିଛି ଯେ,ଯିଏ ଯାହା ମାଗିଛି ଏଠି ପାଇଛି। ପ୍ରତି ବର୍ଷ ଭଳି ଦେଓଗାଁ ବ୍ଲକ କୁମୁରିଆର ବଡ଼ ଖଳା ଓ ସାନ ଖଳା ମୁଖ୍ୟ ପୀଠରେସୁଲିଆ ଯାତ୍ରା ହୋଇଥିବା ବେଳେ ଅନ୍ୟ ୬ଟି ସ୍ଥାନରେ ବି ଯାତ୍ରା ପାଳିତ ହୋଇଛି। ବଲାଙ୍ଗୀର ଜିଲ୍ଲା ସମେତ,ବରଗଡ଼,କଳାହାଣ୍ଡି,ମାଲକାନଗିରି,କୋରାପୁଟ,ମୟୁରଭଞ୍ଜ,ସମ୍ବଳପୁର,ବୌଦ୍ଧ,ସୋନୌର,ନୂଆପଡା,ଦେବଗଡ଼,ଝାରସୁଗୁଡା ଭଳି ବହୁ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟ ଓ ଝାରଖଣ୍ଡ ରାଜ୍ୟରୁ ବି ଶ୍ରଦ୍ଧାଳୁମାନେ ଆସନ୍ତି।

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button