ଦେଶ ବିଦେଶବାଣିଜ୍ୟ

India-EU Deal: ସ୍ବାକ୍ଷର ହେବ ଭାରତ-ଇୟୁ ମହା ବାଣିଜ୍ୟ ରାଜିନାମା

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ମହା ବାଣିଜ୍ୟ ରାଜିନାମା ସ୍ବାକ୍ଷର ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇ ଡରାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ରାଜିନାମା ହେବାକୁ ଯାଉଛି ଯାହା ଭାରତ ପାଇଁ ଏକ ବଡ଼ ଆଶ୍ବସ୍ତି ହେବ

ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଏକ ମହା ବାଣିଜ୍ୟ ରାଜିନାମା ସ୍ବାକ୍ଷର ହେବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇ ଡରାଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହି ରାଜିନାମା ହେବାକୁ ଯାଉଛି ଯାହା ଭାରତ ପାଇଁ ଏକ ବଡ଼ ଆଶ୍ବସ୍ତି ହେବ। ଏହି ରାଜିନାମାର ଆକାର ହେଉଛି ବିଶ୍ବ ଜିଡିପିର ଏକ ଚତୁର୍ଥାଂଶ। ଦୀର୍ଘ ୧୮ ବର୍ଷ ଧରି ଏହାକୁ ସଫଳ କରିବାକୁ ଭାରତ ପ୍ରୟାସରତ ଅଛି। ଡାଭୋସ୍‌ରେ ଆୟୋଜିତ ବଶ୍ବ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍‌)ରେ ଯୋଗଦେଇ ୟୁରୋପୀୟ କମିସର ସଭାପତି ଉର୍ସୁଲା ଭନ ଡେର ଲିୟେନ ବୁଝାମଣା ଉପରେ ଆଲୋକପାତ କରି କହିଥିଲେ ଯେ ଆହୁରି ବହୁତ କାମ ବାକି ଅଛି। କିନ୍ତୁ ଆମେ ଏକ ଐତିହାସିକ ରାଜିନାମାର ଅତ୍ୟନ୍ତ ନିକଟତର ହୋଇଛୁ। ଏହାକୁ ସମସ୍ତେ ସବୁ ରାଜିନାମା ମଧ୍ୟରେ ଶ୍ରେଷ୍ଠ ବୋଲି କହୁଛନ୍ତି। ଏହା ୨୦୦ କୋଟି ଲୋକଙ୍କ ପାଇଁ ବଜାର ସୃଷ୍ଟି କରିବ ବୋଲି ସେ କହିଛନ୍ତି। ୟୁରୋପ ବିଶ୍ବ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ହୋଇଥିବା ବେଳେ ଭାରତ ହେଉଛି ବିଶ୍ବର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଦେଶ। ଭାରତକୁ ହାତ କରି ଚୀନ ଉପରେ ନିର୍ଭରଶୀଳତାକୁ ୟୁରୋପ ହ୍ରାସ କରିପାରିବ। ୨୭ଟି ଦେଶକୁ ନେଇ ଗଠିତ ଇୟୁ ହେଉଛି ଭାରତର ଦ୍ବିତୀୟ ବଡ଼ ବାଣିଜ୍ୟ ସହଯୋଗୀ।

Show More

Leave a Reply

Your email address will not be published. Required fields are marked *

Back to top button