ଓଡିଶାଜିଲ୍ଲା

Mantu Chhuria Gajapati Ustav ଗଜପତି ଉତ୍ସବରେ ଗୀତରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଲେ ଗାୟକ ମଣ୍ଟୁ ଛୁରିଆ

ଗଜପତି ଉତ୍ସବ ୨୦୨୫ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ମହା ଆଡ଼ମ୍ବରରେ ରବିବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି । ଓଡ଼ିଶାର ପ୍ରସିଦ୍ଧ singer ମଣ୍ଟୁ ଛୁରିଆ ତାଙ୍କ ଗୀତରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

ପାରଳାଖେମୁଣ୍ଡି: ବହୁ ପ୍ରତୀକ୍ଷିତ ଗଜପତି ଉତ୍ସବ ୨୦୨୫ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ମହା ଆଡ଼ମ୍ବରରେ ରବିବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି ।ଓଡ଼ିଶାର ପ୍ରସିଦ୍ଧ ଗାୟକ ମଣ୍ଟୁ ଛୁରିଆ ତାଙ୍କ ଗୀତରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ମଞ୍ଚରେ ସେ ବହୁ ହିଟ୍ ଗୀତ ପରିବେଷଣ କରିଥିଲେ ଯାହା ଦର୍ଶକଙ୍କୁ ନାଚିବାକୁ ସୁଯୋଗ ସୃଷ୍ଟି କରିଥିଲା। ପ୍ରଥମ ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ତାରକା ସବ୍ୟସାଚୀ ମିଶ୍ର।  ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ମୋହିତ କରିଥିଲା।

ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାସରଥୀ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ଯକ୍ଷ ଗାବରା ତିରୁପତି ରାଓ, ପାରଳା ପୌରଧକ୍ଷା ନିର୍ମଳା ସେଠୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

କୋଟି କୋଟି ଟଙ୍କାର ବ୍ୟାପାର ହୋଇଥାଏ

ଜିଲ୍ଲାରେ ଏହି ଉତ୍ସବକୁ ସମସ୍ତ ଜନସାଧାରଣ ଚାହିଁ ବସିଥାନ୍ତି ପ୍ରତ୍ୟେକ ବର୍ଷ । ସୁଦୂରରୁ ଅନେକ ପ୍ରତିଭା ନିଜ କଳା ପ୍ରଦର୍ଶନ ନିମନ୍ତେ ଆସିଥିବା ବେଳେ ଜିଲ୍ଲାର କଳାକାରଙ୍କ ମଧ୍ଯରେ ମଧ୍ଯ ଅନେକ ଉତ୍ସାହ ଦେଖାଦେଇ ଥାଏ । ଏହା ସହ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟର ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ନିଜ ନିଜର ଉତ୍ପାଦନ ହେଉଥିବା ସାମଗ୍ରୀକୁ ଏହି ଉତ୍ସବରେ ବିକ୍ରି କରିବା ସହ ନିଜ ଜିଲ୍ଲାକୁ ମଧ୍ଯ ପରିଚୟ କରାଇଥାନ୍ତି । ଏହା ସହ କୋଟି କୋଟି ଟଙ୍କାର ବ୍ୟାପାର ମଧ୍ଯ ହୋଇଥାଏ ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button