ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ପୁଲିସକୁ ମିଳିଛି ବଡ ସଫଳତା। ଜିଲ୍ଲା ନକ୍ସଲ ମୁକ୍ତ ବୋଲି କୁହାଯାଉଥିଲେ ମଧ୍ୟ ଏବେ ମଧ୍ୟ ଜଂଗଲରେ ନକ୍ସଲ ଦ୍ବାରା ବଙ୍କର ଏବଂ ଡମ୍ପ (ମହଜୁଦ) କରି ଲୁଚାଇ କରି ରଖାଯାଇଥିବା ଅତ୍ୟାଧୁନିକ ବନ୍ଧୁକ ଓ ବିସ୍ଫୋରକ ସହ ୧କୋଟିରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଜବତ କରାଯାଉଛି।
/filters:format(webp)/sambad/media/media_files/2026/05/12/mkg-mao-dump-udhar-2-2026-05-12-17-59-22.jpg)
ସୂଚନାନୁସାରେ, ସୁରକ୍ଷାକର୍ମୀ ବିଶେଶ ସୂତ୍ରରୁ ଖବର ପାଇ ନାରାୟଣପୁର ସୀମାନ୍ତ ଆବୁଝମାଡ ଜଂଗଲରେ ଚଢ଼ାଉ କରିଥିଲେ। ଜଂଗଲର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା ବେଳେ ଏକ ବଡ ଡମ୍ପକୁ ଠାବ କରିଥିଲେ ଯବାନ। ଏହି ଡମ୍ପରୁ ଏକେ-୪୭, ଏସ୍ଏଲ୍ଆର, ଇନ୍ସାସ୍, ୩୦୩ ବନ୍ଧୁକ ସହ ବିସ୍ଫୋରକ, ଏଲ୍ଏମ୍ଜି, ବିଜିଏଲ, ରକେଟ୍ ଲଞ୍ଚର ଭଳି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଏଥିସହ ନଗଦ ୧ କୋଟି ୧ ଲକ୍ଷ ୬୪ ହଜାର ଟଙ୍ଗା ମଧ୍ୟ ଜବତ କରାଯାଇଛି। ପ୍ରକୃତରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଏହି ସୂଚନା ପ୍ରଦାନ କରିଥିବା ପୁଲିସ କହିଛି।
/filters:format(webp)/sambad/media/media_files/2026/05/12/mkg-mao-dump-udhar-1-2026-05-12-17-59-35.jpg)
ନକ୍ସଲ ଏହି ଅସ୍ତ୍ରଶସ୍ତ୍ରକୁ ସୁରକ୍ଷାକର୍ମୀଙ୍କ ବିରୋଧରେ ଏକ ବଡ଼ଧରଣର ଆକ୍ରମଣ କରିବାକୁ ଲୁଚାଇ ରଖିଥିଲେ। ସେହିପରି ନଗଦ ଟଂକାକୁ ସେମାନଙ୍କର ବିଭିନ୍ନ କାମ ପାଇଁ ସାଇତି ରଖିଥିବା କୁହାଯାଉଛି। ନାରାୟଣପୁର ଜିଲ୍ଲାରେ ନକ୍ସଲ କମିଥିଲେ ମଧ୍ୟ ଆବୁଝମାଡ ଜଂଗଲରେ ଏବେ ବି ଏଭଳି ବହୁ ଡମ୍ପ ରହିଥିବା ପୁଲିସ ସୂଚନା ପାଇଛି। ଏଥିସହ ଜଂଗଲରେ ନକ୍ସଲ ପାଦ ପାଦକେ ମାଇନ୍ସ ଓ ଆଇଇଡି ଖଞ୍ଜିଛନ୍ତି। ଯାହାକୁ ପୁଲିସ ବିଭିନ୍ନ ସମୟରେ ଠାବ କରି ନିଷ୍କ୍ରିୟ କରୁଛି।
ସୌଜନ୍ୟ ସମ୍ବାଦ

