ବିଶେଷ

Marriage: ଜେନ୍‌ ଜେଡ୍‌ ପୁରୁଷ ଚାହାନ୍ତି ବୋଲକରା ସ୍ତ୍ରୀ

ବିବାହକୁ ନେଇ ପୃଥିବୀର ସବୁ ଦେଶରେ, ଏପରିକି ସବୁ ପ୍ରକାର ସମାଜ ବ୍ୟବସ୍ଥାେର ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ରହିଛି। ଆମ ଭାରତୀୟ ସମାଜରେ ତ ଏହା ଏକ ଧାର୍ମିକ ଅନୁଷ୍ଠାନ କହିଲେ ଭୁଲ୍‌ ହେବନାହିଁ। ତେବେ ସମୟ ବଦଳିବା ସହ ଆମ ଦେଶ ସମେତ ଅନ୍ୟ ସ୍ଥାନରେ ମଧ୍ୟ ବିବାହକୁ....

ବିବାହକୁ ନେଇ ପୃଥିବୀର ସବୁ ଦେଶରେ, ଏପରିକି ସବୁ ପ୍ରକାର ସମାଜ ବ୍ୟବସ୍ଥାେର ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ରହିଛି। ଆମ ଭାରତୀୟ ସମାଜରେ ତ ଏହା ଏକ ଧାର୍ମିକ ଅନୁଷ୍ଠାନ କହିଲେ ଭୁଲ୍‌ ହେବନାହିଁ। ତେବେ ସମୟ ବଦଳିବା ସହ ଆମ ଦେଶ ସମେତ ଅନ୍ୟ ସ୍ଥାନରେ ମଧ୍ୟ ବିବାହକୁ ନେଇ ତଥାକଥିତ ପାରମ୍ପରିକ ଦୃଷ୍ଟିଭଙ୍ଗୀ ଓ ଧାରଣା ମଧ୍ୟ ଊଣା ଅଧିକ ବଦଳିବାରେ ଲାଗିଛି। ବିଶେଷକରି ନୂଆପିଢ଼ିର ଯୁବକ ଯୁବତୀଙ୍କ ପାଇଁ ବିବାହର ପରିଭାଷା ଭିନ୍ନ ହୋଇଛି। ତେବେ ନୂଆପିଢ଼ି ସତରେ କ’ଣ ବିବାହ ଉପରେ ପାରମ୍ପରିକ ଦୃଷ୍ଟିଭଙ୍ଗୀ ଓ ସମାଜରେ ଲିଙ୍ଗଗତ ଭୂମିକାଠାରୁ ଦୂରେଇବାରେ ଲାଗିଛନ୍ତି? ନା ଏସବୁ କ୍ଷେତ୍ରରେ ସେହି ପୁରୁଣା ବିଶ୍ବାସ ସେମାନଙ୍କ ଭିତରେ ବସାବାନ୍ଧି ରହିଛି? ପରିବର୍ତ୍ତିତ ସମୟରେ ଏହି ପ୍ରଶ୍ନ ଅନେକଙ୍କ ମନରେ ବାରମ୍ବାର ଉଠିବାରେ ଲାଗିଛି। ଏଭଳି ସମୟରେ ସଦ୍ୟ କରାଯାଇଥିବା ଏକ ସର୍ଭେ ଅନୁସାରେ, ବିବାହ ଓ ଅନ୍ୟ ସମ୍ପର୍କ ଆଗଭଳି ଆଉ ଏତେଟା ସରଳ ହୋଇ ରହିନାହିଁ। ଧୀରେ ଧୀରେ ଏହା ଜଟିଳ ହେବାରେ ଲାଗିଛି।

ଅନେକ ସମୟରେ ଜେନ୍ ଜେଡ୍ ବର୍ଗର ଯୁବପିଢ଼ି ପ୍ରଗତିଶୀଳ ମନେହେବା ସହ ସମାନତା କ୍ଷେତ୍ରରେ ଉଦାର ମନେ ହୁଅନ୍ତି। ତଥାପି ତାରି ଭିତରେ ପାରମ୍ପରିକ ବିଶ୍ବାସ ଓ ଧାରଣା ପ୍ରତିଫଳିତ ହୋଇଥାଏ। ଏହି ଅଧ୍ୟୟନରୁ ଏଭଳି କିଛି ନିର୍ଯ୍ୟାସ ବାହାରିଛି। ନିକଟରେ ଗ୍ଲୋବାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ଓମେନ୍ସ ଲିଡରସିପ୍‌ ଓ ଲଣ୍ଡନର କିଙ୍ଗ୍‌ସ୍‌ କଲେଜ୍‌ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା। ଏଥିରେ ୨୯ଟି ଦେଶର ୨ଲକ୍ଷ ୨୩ ହଜାର ଲୋକଙ୍କୁ ସାମିଲ କରାଯାଇ ସେମାନଙ୍କ ମତାମତ ନିଆଯାଇଥିଲା। ଲିଙ୍ଗଗତ ସମାନତା ଓ ସମ୍ପର୍କ ଭିତରେ ନାରୀ-ପୁରୁଷଙ୍କ ଭୂମିକା ଉପରେ ଏହା ପର୍ଯ୍ୟବସିତ ଥିଲା। ନିକଟରେ ପାଳିତ ହୋଇଥିବା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ସର୍ବେକ୍ଷଣର ନିର୍ଯ୍ୟାସ ପ୍ରକାଶ ପାଇଛି।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ନୂଆପିଢ଼ିର ୩୧ ପ୍ରତିଶତ ପୁରୁଷ ବୋଲକରା ବା ସେମାନଙ୍କୁ ମାନୁଥିବା ସ୍ତ୍ରୀଲୋକଙ୍କୁ ହିଁ ପସନ୍ଦ କରନ୍ତି। ସମାନତା, ବିବାହ ଓ ପୁରୁଷୋଚିତ ସ୍ବଭାବକୁ ନେଇ ବିତର୍କ ଚାଲିଥିବାବେଳେ ଏହି ଅଧ୍ୟୟନ ଆଉ ଏକ ବିତର୍କର ସୂତ୍ରପାତ କରିବା ସ୍ବାଭାବିକ। କାରଣ, ନାରୀ ଓ ପୁରୁଷଙ୍କ ମଧ୍ୟରେ ସମାନତା ଉପରେ ଆଜିକାଲିର ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଅଧିକ ଗୁରୁତ୍ବ ଦିଆଯାଉଛି। ତେଣୁ ନାରୀ-ପୁରୁଷ ସମ୍ପର୍କରେ ସ୍ବାମୀଙ୍କ ଆଜ୍ଞାବହ ହେବା ଅଧିକାଂଶ ମହିଳାଙ୍କ ପାଇଁ ଅଗ୍ରାହ୍ୟ ହେବା ସ୍ବାଭାବିକ। ଏହି ଅଧ୍ୟୟନର ଆଉ ଏକ ନିର୍ଯ୍ୟାସ ହେଲା, ଏକ ସମ୍ପର୍କ ଭିତରେ ନୂଆ ପିଢ଼ିର ଯୁବକ, ଯୁବତୀଙ୍କ ମଧ୍ୟରୁ ୩୩ ପ୍ରତିଶତ ପୁରୁଷଙ୍କ ନିଷ୍ପତ୍ତିକୁ ହିଁ ଚୂଡ଼ାନ୍ତ ମନେ କରନ୍ତି। ତେବେ ସବୁଠାରୁ ବଡ଼କଥା ହେଲା, ଏହି ପିଢ଼ିର ଯୁବକ ଓ ଯୁବତୀ ପୂର୍ବ ଅପେକ୍ଷା ଅଧିକ ସମାନତା ଓ ସହାବସ୍ଥାନ ଉପରେ ଗୁରୁତ୍ବ ଦେଉଛନ୍ତି। ଏହା ଏକ ଉଲ୍ଲେଖନୀୟ ବିଷୟ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button