‘Matrubhumi’ Screening: ସଲମାନ ଖାନଙ୍କ ‘ମାତୃଭୂମି’ ସ୍କ୍ରିନିଂ: ସାମିଲ ହେଲେ ଡେଭିଡ୍ ଧୱନ୍ ଓ ସୁଭାଷ ଘାଇ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ତାଙ୍କ ନୂଆ ଫିଲ୍ମ ‘ମାତୃଭୂମି’ କୁ ନେଇ ଆଉଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ଏକ ସ୍ପେସିଆଲ୍ ସ୍କ୍ରିନିଂ ଆୟୋଜନ କରି ସେ ଫିଲ୍ମ ଇଣ୍ଡଷ୍ଟ୍ରିର ନିକଟତମ ସାଙ୍ଗ ଓ ପ୍ରସିଦ୍ଧ ନିର୍ଦ୍ଦେଶକମାନଙ୍କୁ ରଫ୍ କଟ୍ ଦେଖାଇଛନ୍ତି। ଏହି ସ୍କ୍ରିନିଂରେ ସୁପ୍ରସିଦ୍ଧ ନିର୍ଦ୍ଦେଶକ ସୁଭାଷ ଘାଇ, ସୂରଜ ବଡ଼ଜାତ୍ୟା, ଡେଭିଡ୍ ଧୱନ୍, କବୀର ଖାନ, ରୁମୀ ଜାଫରୀ, ଅପୂର୍ବ ଲାଖିଆ, କଳାକାର ରିତେଶ ଦେଶମୁଖ, ଚିତ୍ରାଙ୍ଗଦା ସିଂହ ଓ ନିର୍ମାତା ସିଦ୍ଧାର୍ଥ ରାୟ କପୁରଙ୍କ ସମେତ ଅନେକ ବଡ଼ ବଲିଉଡ ବ୍ୟକ୍ତି ଉପସ୍ଥିତ ଥିଲେ। ସୁଭାଷ ଘାଇ ଏହି ସନ୍ଧ୍ୟାର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରି ତାଙ୍କ ଅନୁଭୂତିକୁ ମଧ୍ୟ ପ୍ରକାଶ କରିଛନ୍ତି।

ଗଲୱାଂ ଘାଟି ଘଟଣା ଉପରେ ଆଧାରିତ ଏହି ଫିଲ୍ମ

ଫିଲ୍ମ ‘ମାତୃଭୂମି’ ରେ ସଲମାନ ଖାନ ଓ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଗଲୱାନ୍ ସୀମାରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଭାବନାପୂର୍ଣ୍ଣ କାହାଣୀ ଉପରେ ଆଧାରିତ। ଏଥିରେ ସେନାର ଦେଶ ପ୍ରତି ପ୍ରେମ ଓ ପରିବାର ପ୍ରତି ଭାବନାକୁ ଦେଖିବାକୁ ମିଳିବ। ପୂର୍ବରୁ ଏହି ଫିଲ୍ମର ନାମ ‘ବ୍ୟାଟଲ୍ ଅଫ୍ ଗଲୱାନ୍’ ଥିଲା। ନିର୍ଦ୍ଦେଶକ ଅପୂର୍ବ ଲାଖିୟା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମେ ଏହା ୨୦୨୬ ଏପ୍ରିଲରେ ମୁକ୍ତି ପାଇବା କଥା ସାମ୍ନାକୁ ଆସିଥିଲା, କିନ୍ତୁ ନାମ ପରିବର୍ତ୍ତନ ଓ କିଛି ପରିବର୍ତ୍ତନ ହେତୁ ଏହାର ମୁକ୍ତି ତାରିଖ କିଛିଦିନ ଆଗକୁ ବଢ଼ାଇ ଦିଆଯାଇଛି। ନିର୍ମାତାମାନେ ଏପର୍ଯ୍ୟନ୍ତ ନୂତନ ତାରିଖ ଘୋଷଣା କରିନଥିବା ଜଣାପଡ଼ିଛି।

 

 

 

 

ସୌଜନ୍ୟ ସମ୍ବାଦ