Medical Transfer Turns Tragic: ମହିଳାଙ୍କୁ ରାୟଗଡାରୁ ଲକ୍ଷ୍ମୀପୁର ସ୍ଥାନାନ୍ତର କରିଥିଲେ କ୍ଲିନିକ ଡାକ୍ତର, ମୃତ୍ୟୁ ପରେ ଗୁରୁତର ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ନ ନେଇ କାହିଁକି ଲକ୍ଷ୍ମୀପୁର ଅଣାଗଲା। ଡାକ୍ତରଙ୍କ ଅବହେଳା କାରଣରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କହିଛନ୍ତି ପରିବାର ସଦସ୍ୟ।

କୋରାପୁଟ ଲକ୍ଷ୍ମୀପୁର ଡାକ୍ତରଖାନାରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ। ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ। ପ୍ରଭଞ୍ଜନ ମହାନ୍ତି ନାମକ ବ୍ୟକ୍ତିଙ୍କ ପତ୍ନୀ କାନନ ମଣ୍ଡଳଙ୍କ ଗର୍ଭ ଯନ୍ତ୍ରଣା ଦେବାରୁ ତାଙ୍କୁ ରାୟଗଡାର ଏକ ଘରୋଇ କ୍ଲିନିକରେ ସେ ଭର୍ତ୍ତି କରିଥିଲେ। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।
ପରେ କାନନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କ୍ଲିନିକର ଡାକ୍ତର କାନନଙ୍କ ସ୍ବାମୀଙ୍କୁ ନ ଜଣାଇ ତାଙ୍କୁ କୋରାପୁଟ ଲକ୍ଷ୍ମୀପୁର ନେଇଥିଲେ। ପ୍ରଭଞ୍ଜନ ମହାନ୍ତି ନୟାଗଡରେ ରହୁଥିବା ବେଳେ ସେ ରାୟଗଡାରେ ପହଞ୍ଚିବା ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ ଲକ୍ଷ୍ମୀପୁର ସିଏଚ୍ସିରେ ଭର୍ତ୍ତି କରାଇଥିଲେ କ୍ଲିନିକର ଡାକ୍ତର ନବକିଶୋର କୁଣ୍ଡୁ। ଲକ୍ଷ୍ମୀପୁରରେ କାନନଙ୍କର ମୃତ୍ୟୁ ହୋଇଥିଲା।
ତେବେ ମହିଳାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ନ ନେଇ କାହିଁକି ଲକ୍ଷ୍ମୀପୁର ଅଣାଗଲା। ଡାକ୍ତରଙ୍କ ଅବହେଳା କାରଣରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କହିଛନ୍ତି ପରିବାର ସଦସ୍ୟ। ସେପଟେ ଅଭିଯୋଗକୁ ଡାକ୍ତର ଖଣ୍ଡନ କରିଥିବା ବେଳେ ପ୍ରସୂତିଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା ଡାକ୍ତର କହିଛନ୍ତି। …
ଲକ୍ଷ୍ମୀପୁର ଡାକ୍ତରଖାନାରେ ପ୍ରସୂତି ମୃତ୍ୟୁ ଅଭିଯୋଗ
ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ
ମହିଳାଙ୍କ ସ୍ବାମୀଙ୍କ ବିନା ଅନୁମତିରେ ଲକ୍ଷ୍ମୀପୁର ସ୍ଥାନାନ୍ତର କରାଯାଇଥିଲା
ରାୟଗଡାରେ ସନ୍ତାନ ଜନ୍ମ ଦେବା ପରେ ଗୁରୁତର ହୋଇଥିଲେ ମହିଳା
ରାୟଗଡାରୁ ଲକ୍ଷ୍ମୀପୁର ସ୍ଥାନାନ୍ତର କରିଥିଲେ କ୍ଲିନିକ ଡାକ୍ତର
ଲକ୍ଷ୍ମୀପୁରରେ ମହିଳାଙ୍କ ମୃତ୍ୟୁ ହୋଇଥିଲା
ସୌଜନ୍ୟ OTV




