Breaking News

ମାସିକ ଋତୁସ୍ରାବ ଉପରେ ପ୍ରତ୍ୟେକ ମହିଳା ଓ ଯୁବତୀ ସଚେତନ ହେବା ଜରୁରୀ

0

ଭୁବନେଶ୍ୱର :ଋତୁସ୍ରାବକୁ ନେଇ ଏବେ ବି ଅନ୍ଧବିଶ୍ୱାସ ଓ ବିଭିନ୍ନ ଗୁଜବ ରହିଛି । ବାସ୍ତବିକ ଦେଖିବାକୁ ଗଲେ ମାସିକ ଋତୁସ୍ରାବ ହେଉଛି ପ୍ରାକୃତିକ ପ୍ରକ୍ରିୟା । ମାସିକ ଋତୁସ୍ରାବ ସମୟରେ ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ପ୍ରତ୍ୟେକ ମହିଳା ଓ ଯୁବତୀ ଧ୍ୟାନଦେବା ଦରକାର ବୋଲି ଋତୁସ୍ରାବ ପରିଚ୍ଛନ୍ନତା ଦିିବସ ଅବକାଶରେ ସିସିଡବ୍ଲ୍ୟୁଡି ଓ ଆକ୍ସନ୍ଏଡ୍ ଆସୋସିଏସନ୍ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ୱାର୍ଡ ନଂ – ୧୪ ଅଧିନସ୍ଥ ପଣ୍ଡାପାର୍କ ବସ୍ତିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି ।

ବିଶେଷ କରି ସାନିଟାରୀ ପ୍ୟାଡ୍ର ସଠିକ୍ ବ୍ୟବହାର ଓ ଉପଯୁକ୍ତ ସ୍ଥାନରେ ଫୋପାଡ଼ିବା ଦରକାର । ଋତୁସ୍ରାବ ବାବଦରେ ଶିକ୍ଷିତ ହେବା ଓ ଅନ୍ୟକୁ ଶିକ୍ଷିତ କରାଇବାର ଆବଶ୍ୟକତା ରହିଛି । ମାସିକ ଋତୁସ୍ରାବ ଜନିତ ସମସ୍ୟା ଉପୁଜୁଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଓ ଋତୁସ୍ରାବ ବାବଦରେ ଖୋଲାଖୋଲି ଆଲୋଚନା ଜରୁରୀ ବୋଲି ଭୁବନେଶ୍ୱର ୟଙ୍ଗ ଅର୍ବାନ ୱିମେନ ଫୋରମ୍ର ପ୍ରତିନିଧି ମମତା ନାୟକ, ଲିଜାରାଣୀ ବେହେରା, ସୁଶ୍ରୀ ଶୁଭେଚ୍ଛା ଶୁକ୍ଳା ପ୍ରମୁଖ କହିଥିଲେ । କାର୍ଯ୍ୟକ୍ରମକୁ ଲକି ମହଲା, ସରସ୍ୱତୀ ପରିଡ଼ା ଓ ସବିତା ରାଉତ ପ୍ରମୁଖ ପରି•ଳନା କରିଥିଲେ ।

Leave A Reply

Your email address will not be published.