ଦେଶ ବିଦେଶ

Messi in ‘Bantaara: ଶ୍ରୀ ଅନନ୍ତ ଅମ୍ବାନୀଙ୍କ ସହ ‘ବନତାରା’ରେ ମେସି

ଫୁଟବଲ କିଂବଦନ୍ତି ଲିଓନେଲ ମେସି ଭାରତ ଗସ୍ତରେ ଆସିଥିବା ବେଳେ ଶ୍ରୀ ଅନନ୍ତ ଅମ୍ବାନୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବନ୍ୟଜନ୍ତୁ ଉଦ୍ଧାର, ଥଇଥାନ ଓ ସଂରକ୍ଷଣ କେନ୍ଦ୍ର ‘ବନତାରା’କୁ ସ୍ବତନ୍ତ୍ର ପରିଦର୍ଶନ କରିିଥିଲେ।

ଜାମନଗର: ଫୁଟବଲ କିଂବଦନ୍ତି ଲିଓନେଲ ମେସି ଭାରତ ଗସ୍ତରେ ଆସିଥିବା ବେଳେ ଶ୍ରୀ ଅନନ୍ତ ଅମ୍ବାନୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବନ୍ୟଜନ୍ତୁ ଉଦ୍ଧାର, ଥଇଥାନ ଓ ସଂରକ୍ଷଣ କେନ୍ଦ୍ର ‘ବନତାରା’କୁ ସ୍ବତନ୍ତ୍ର ପରିଦର୍ଶନ କରିିଥିଲେ। ସନାତନ ଧର୍ମ ଅନୁସାରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ଭାଗ ନେଇଥିଲେ, ବନ୍ୟଜନ୍ତୁମାନଙ୍କ ସହ ସମୟ କାଟିଥିଲେ, ସଂରକ୍ଷଣ ଟିମ୍ ଓ ବନ୍ୟଜନ୍ତୁଙ୍କ ଯତ୍ନରେ ନିୟୋଜିତ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ। ମେସିଙ୍କ ଏହି ପରିଦର୍ଶନ ମାନବିକତା ମୂଲ୍ୟବୋଧ ଓ ଶ୍ରୀ ଅନନ୍ତଙ୍କ ସହିତ ତାଙ୍କ ଗଭୀର ବନ୍ଧୁତାକୁ ଦର୍ଶାଉଛି। ଉଭୟ ମିଳିତ ଭାବେ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପ୍ରତି ପ୍ରତିବଦ୍ଧ ରହିଛନ୍ତି।

ମେସି ଓ ତାଙ୍କ ଇଣ୍ଟର ମାୟାମି ସାଥୀ ‌ଲୁଇସ୍‌ ସୁଆରେଜ ଓ ରଡ୍ରିଗୋ ଡି’ ପଲଙ୍କୁ ପାରମ୍ପରିକ ସଙ୍ଗୀତର ତାଳେ ତାଳେ ପୁଷ୍ପ ବୃଷ୍ଟି ଓ ଆରତି କରି ‘ବନତାରା’କୁ ସ୍ବାଗତ କରାଯାଇଥିଲା। ସେମ‌ାନେ ମନ୍ଦିରର ମହା ଆଳତି, ଅମ୍ବେ ମାତା ପୂଜା, ଗଣେଶ ପୂଜା, ହନୁମାନ ପୂଜା ଓ ଶିବ ଅଭିଷେକରେ ଭାଗ ନେଇ ବିଶ୍ବ ଶାନ୍ତି ଓ ଏକତା ପାଇଁ ପ୍ରାର୍ଥନା କରିଥିଲେ। ଏହାପରେ ସେମାନଙ୍କୁ ‘ବନତାରା’ ପରିଦର୍ଶନରେ ନିଆଯାଇଥିଲା ଯେଉଁଠାରେ ସାରା ବିଶ୍ବରୁ ଉଦ୍ଧାର କରି ଅଣାଯାଇଥିବା ବାଘ, ହାତୀ, ସରୀସୃପ ଆଦି ରହିଛନ୍ତି। ସେ ସବୁଜ ଶକ୍ତି ପରିସର ମଧ୍ୟ ପରିଦର୍ଶନ କରଥିଲେ। ଏଭଳି ବ୍ୟାପକ ଦୂରଦୃଷ୍ଟିକୁ ଦେଖି ମେସି ଚକିତ ହୋଇପଡ଼ିଥିଲେ।

ସିଂହ, ଚିତାବାଘ, ବାଘ ଓ ଅନ୍ୟାନ୍ୟ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ଯତ୍ନ କେନ୍ଦ୍ରରେ ପ୍ରାଣୀମାନଙ୍କ ସହ ମେସି ସମୟ ବିତାଇଥିଲେ। ଏହାପରେ ସେ ହର୍ବିଭୋର କେୟାର ସେଣ୍ଟର ଓ ରେପ୍ଟାଇଲ୍‌ କେୟାର ସେଣ୍ଟର ପରିଦର୍ଶନ କରିଥିଲେ। ସେ ପ୍ରାଣୀମାନଙ୍କ ପାଇଁ ସ୍ଥାପନ କରାଯାଇଥିବା ମଲ୍ଟି ସ୍ପେସାଲିଟି ବନ୍ୟଜନ୍ତୁ ହସ୍ପିଟାଲ ପରିଦର୍ଶନ କରି ପ୍ରାଣୀମାନଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାର ଆଦିକୁ ପ୍ରତ୍ୟକ୍ଷ ଭାବେ ଦେଖିଥିଲେ। ଫୋଷ୍ଟର କେୟାର ସେଣ୍ଟରରେ ସେ ଅନାଥ ପ୍ରାଣୀମାନଙ୍କ ଯାତ୍ରା ସମ୍ପର୍କରେ ଜାଣି ଭାବବିହ୍ବଳ ହୋଇଥିଲେ। ଉଭୟ ଶ୍ରୀ ଅନନ୍ତ ଓ ତାଙ୍କ ପତ୍ନୀ ଶ୍ରୀମତୀ ରାଧିକା ଅମ୍ବାନୀ ମିଳିତ ଭାବେ ଏକ ସିଂହ ଛୁଆର ନାମ ‘ଲିଓନେଲ’ ରଖିଥିଲେ। ହାତୀ ଯତ୍ନ କେନ୍ଦ୍ରରେ ଉଦ୍ଧାର କରାଯାଇଥିବା ହାତୀ ପ୍ରତିମା ଓ ତାର ଛୁଆ ମାଣିକଲାଲକୁ ‌ମେସି ଭେଟିଥିଲେ। ମାଣିକଲାଲ ସହ ସେ ଫୁଟବଲ ଖେଳିଥିଲେ। ସେହି ଦୃଶ୍ୟ ବେଶ୍‌ ଚମତ୍କାର ଥିଲା।

ଶ୍ରୀ ଅନନ୍ତଙ୍କୁ ପ୍ରଶଂସା କରି ମେସି କହିଥିଲେ ଯେ ‘ବନତାରା’ରେ ପ୍ରାଣୀମାନଙ୍କ ପାଇଁ ‌ହେଉଥିବା କାମ, ସେମାନେ ପାଉଥିବା ଯତ୍ନ, ସେମାନଙ୍କୁ ଯେଉଁଭଳି ଉଦ୍ଧାର କରାଯାଉଛି ଓ ଯତ୍ନ ନିଆଯାଇଛି, ତାହା ଅତ୍ୟନ୍ତ ଚମତ୍କାର। ତାହା ବେଶ୍‌ ପ୍ରଶଂସନୀୟ। ଆମ ପାଇଁ ଏହା ବହୁତ ଭଲ ସମୟ ଥିଲା। ଏହି ଅନୁଭୂତି ସର୍ବଦା ସ୍ମୃତି ହୋଇ ରହିବ। ଏହି ଅର୍ଥପୂର୍ଣ୍ଣ କାର୍ଯ୍ୟକୁ ସମର୍ଥନ ଦେବା, ଅନୁପ୍ରାଣିତ କରିବା ଲାଗି ମୁଁ ନିଶ୍ଚିତ ପୁଣି ଥରେ ପରିଦର୍ଶନରେ ଆସିବି ବୋଲି ମେସି କହିଥିଲେ। ଶେଷରେ ନଡ଼ିଆ ଉତ୍ସବ ଓ ମଟ୍‌କା ଫୋଡ୍‌ ପାରମ୍ପରିକ ରୀତିନୀତିରେ ମେସି ଭାଗ ନେଇଥିଲେ। ମେସିଙ୍କ ଲିଓ ମେସି ଫାଉଣ୍ଡେସନର ଦୃଷ୍ଟିକୋଣ ସହ ବନତାରା ଉଦ୍ଦେଶ୍ୟର ଗଭୀର ସମନ୍ବୟ ରହିଛି।

 

ସୌଜନ୍ୟ ସମ୍ବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button