ଖେଳ
Messi mania: ମୁମ୍ବାଇକୁ ଗ୍ରାସିଲା ମେସି ମାନିଆ: ସଚିନ ଦେଲେ, ସୁନୀଲ ପାଇଲେ
କୋଲକାତାରେ ବିଭ୍ରାଟଭରା କାର୍ଯ୍ୟକ୍ରମ ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା। ହାଇଦ୍ରାବାଦରେ କିନ୍ତୁ ସେ ନିଜ ଆକର୍ଷଣୀୟ ବ୍ୟକ୍ତିତ୍ବ ବଳରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ଶୁକ୍ରବାର ଓ ଶନିବାରର ଏହି ଦୁଇ ବିପରୀତଧର୍ମୀ....

ମୁମ୍ବାଇ: କୋଲକାତାରେ ବିଭ୍ରାଟଭରା କାର୍ଯ୍ୟକ୍ରମ ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା। ହାଇଦ୍ରାବାଦରେ କିନ୍ତୁ ସେ ନିଜ ଆକର୍ଷଣୀୟ ବ୍ୟକ୍ତିତ୍ବ ବଳରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ଶୁକ୍ରବାର ଓ ଶନିବାରର ଏହି ଦୁଇ ବିପରୀତଧର୍ମୀ ପଦାର୍ପଣ ପରେ ଆର୍ଜେଣ୍ଟିନାର ମହାନ ଫୁଟ୍ବଲର୍ ଲିଓନେଲ ମେସି ରବିବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଅଭିଭୂତ କରିଛନ୍ତି। ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, ଆଇଏସ୍ଏଲ୍ ଦଳ ବେଙ୍ଗାଲୁରୁ ଏଫ୍ସି ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟତମ ମାଲିକ ପାର୍ଥ ଜିନ୍ଦଲଙ୍କ ଭଳି ମାନ୍ୟଗଣ୍ୟଙ୍କୁ ଭେଟିଛନ୍ତି। ଭାରତର କିଛି ପ୍ରତିଭାବାନ ତଥା ଉଦୀୟମାନ ଫୁଟ୍ବଲ୍ ତାରକାଙ୍କୁ ସଫଳତାର ମନ୍ତ୍ର ବି ବାଣ୍ଟିଛନ୍ତି।



