Mexico Train Tragedy: ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ଚାଲିଗଲା ୧୩ ଜଣଙ୍କ ଜୀବନ, ବଢିପାରେ ମୃତ୍ୟୁ ସଂଖ୍ୟା…
ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଦକ୍ଷିଣ ମେକ୍ସିକୋର ଓକ୍ସାକା ରାଜ୍ୟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୮ ଜଣ ଆହତ ହୋଇଛନ୍ତି ।

ନୂଆଦିଲ୍ଲୀ: ମେକ୍ସିକୋରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଦକ୍ଷିଣ ମେକ୍ସିକୋର ଓକ୍ସାକା ରାଜ୍ୟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ‘ଇଣ୍ଟରଓସେନିକ ଟ୍ରେନ୍’ ନିଜାଣ୍ଡା ସହର ଅତିକ୍ରମ କରୁଥିବା ବେଳେ ଲାଇନଚ୍ୟୁତ ହୋଇଥିଲା । ଟ୍ରେନରେ ୨୪୧ ଜଣ ଯାତ୍ରୀ ଓ ୯ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୨୫୦ ଜଣ ଥିଲେ ।
ସେପଟେ ନ୍ୟୁ ଜର୍ସିର ହାମୋନଟନ୍ ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣା । ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ୧୧ଟା୨୫ ମିନିଟରେ ହାମୋନଟନ୍ ମ୍ୟୁନିସିପାଲ୍ ଏୟାରପୋର୍ଟ ନିକଟରେ ଘଟିଥିଲା । ଦୁଇଟି ‘ଏନଷ୍ଟ୍ରମ୍’ ହେଲିକପ୍ଟର ମଧ୍ୟରେ ମଝି ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଗୋଟିଏ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା ଏବଂ ତାହା ଜଳୁଥିବା ଅବସ୍ଥାରେ ତଳକୁ ଖସି ପଡ଼ିଥିଲା । ଅନ୍ୟ ହେଲିକପ୍ଟରଟି ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ଦୁଇ ହେଲିକପ୍ଟରରେ କେବଳ ପାଇଲଟମାନେ ହିଁ ଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି ।
ସୌଜନ୍ୟ ସମ୍ବାଦ




