ଓଡିଶା

Migrant: ରାଜ୍ୟ ବାହାରେ ଗଜପତିର ଲକ୍ଷାଧିକ ଦାଦନ: ଶ୍ରମ ବିଭାଗ ହିସାବରେ ମାତ୍ର ୩୫ ଜଣ, ୪ ବର୍ଷରେ ଯାଇଛି ୧୮ଜୀବନ

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ କର୍ମସଂସ୍ଥାନ ଓ ଶିଳ୍ପ ନ ଥିବାରୁ ଲକ୍ଷାଧିକ ଯୁବକଯୁବତୀ ରାଜ୍ୟ ବାହାରେ ଏବଂ ବିଦେଶରେ ଖଟୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଶ୍ରମ ବିଭାଗର ତଥ୍ୟାନୁସାରେ ଜିଲ୍ଲାରୁ ମାତ୍ର ୩୫ ଜଣ ଶ୍ରମିକ ରାଜ୍ୟ ବାହାରେ କାମ କରୁଛନ୍ତି।

ସୁଜିତ ବିଷୋୟୀ

ପାରଳାଖେମଣ୍ଡି: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ କର୍ମସଂସ୍ଥାନ ଓ ଶିଳ୍ପ ନ ଥିବାରୁ ଲକ୍ଷାଧିକ ଯୁବକଯୁବତୀ ରାଜ୍ୟ ବାହାରେ ଏବଂ ବିଦେଶରେ ଖଟୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଶ୍ରମ ବିଭାଗର ତଥ୍ୟାନୁସାରେ ଜିଲ୍ଲାରୁ ମାତ୍ର ୩୫ ଜଣ ଶ୍ରମିକ ରାଜ୍ୟ ବାହାରେ କାମ କରୁଛନ୍ତି। ୯୦ ହଜାରରୁ ଅଧିକ ପଞ୍ଜୀକୃତ ଶ୍ରମିକ ରହିଥିବା ବେଳେ ୫ ଜଣ ଠିକାଦାର ୩୫ ଜଣ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ପଠାଇଥିବା ବିଭାଗ ପକ୍ଷରୁ କୁହାଯାଉଛି। ‌ତେବେ ପ୍ରକୃତ କଥା ହେଉଛି, ଜିଲ୍ଲାର ୭ଟି ବ୍ଲକର ପ୍ରାୟ ୩୦ ହଜାରରୁ ଅଧିକ ଶ୍ରମିକ ସଂଗଠିତ ଓ ଅଣସଂଗଠିତ ଭାବେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର ଓ କେରଳ ଆଦି ରାଜ୍ୟରେ ଦାଦନ ଖଟୁଛନ୍ତି। ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ ଭାବେ ସେମାନେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ବିଭିନ୍ନ କାରଖାନାରେ ବିପଦସଙ୍କୁଳ ଅବସ୍ଥାରେ କାମ କରିଆସୁଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button