ବାଣିଜ୍ୟ

Mining: ୧୧ଟି ଖଣି ଦୌଡ଼ରେ ୧୪୪ କମ୍ପାନି: ଓଡ଼ିଶାରୁ ୫ଟି କମ୍ପାନି

ଫେବ୍ରୁଆରି ୨୮ରେ ରାଜ୍ୟର ୧୧ଟି ଖଣି ନିଲାମ ହେବ। ଏଥିପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି। ନିଲାମ ପ୍ରକ୍ରିୟାରେ ୧୪୪ଟି କମ୍ପାନି ଅଂଶଗ୍ରହଣ କରିବାକୁ ଯାଉଥିବାବେଳେ ସେଥିରେ ଓଡ଼ିଶାର ୫ଟି କମ୍ପାନି ରହିଥିବା ଜଣାପଡ଼ିଛି।

ଯୋଡ଼ା: ଫେବ୍ରୁଆରି ୨୮ରେ ରାଜ୍ୟର ୧୧ଟି ଖଣି ନିଲାମ ହେବ। ଏଥିପାଇଁ ରାଜ୍ୟ ସରକାର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି। ନିଲାମ ପ୍ରକ୍ରିୟାରେ ୧୪୪ଟି କମ୍ପାନି ଅଂଶଗ୍ରହଣ କରିବାକୁ ଯାଉଥିବାବେଳେ ସେଥିରେ ଓଡ଼ିଶାର ୫ଟି କମ୍ପାନି ରହିଥିବା ଜଣାପଡ଼ିଛି। ରାଜ୍ୟ ସରକାର ମୋଟ ୧୨ଟି ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରୁ ୧୧ଟି ଖଣିର ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାପାଇଁ ୧୪୪ଟି କମ୍ପାନି ଆବେଦନ କରିଛନ୍ତି। ଏଥିରେ ଓଡ଼ିଶାରୁ କାଶଭି ଇଣ୍ଟର୍‌ନ୍ୟାସନାଲ, ଡି.ଆର୍.ପଟ୍ଟନାୟକ, ଜିତେନ୍ଦ୍ରନାଥ ପଟ୍ଟନାୟକ, ଇନ୍ଦ୍ରାଣୀ ପଟ୍ଟନାୟକ ଓ ଟି.ପି. ମହାନ୍ତି ପ୍ରମୁଖ ରହିଛନ୍ତି। ଗାରାମୁରା ଚୂନପଥର ଖଣି ନିଲାମରେ ଅଂଶଗ୍ରହଣ କରିବା ପାଇଁ କେହି ଆବେଦନ କରିନାହାନ୍ତି।

ନିଲାମ ହେବାକୁ ଯାଉଥିବା ଖଣି ମଧ୍ୟରେ ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ (କ) ଲୌହ ଓ ମାଙ୍ଗାନିଜ ଖଣି ଏବଂ ଠାକୁରାଣୀ ଲୌହଖଣି ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ନିଲାମ ହୋଇଥିବା ଅଧିକାଂଶ ଖଣିଗୁଡ଼ିକୁ କମ୍ପାନିମାନେ ଉଚ୍ଚ ପ୍ରିମିୟମ୍‌ରେ ନେଇଥିଲେ। ସେଥିରୁ ଗୋଟିଏ ବୃହତ୍‌ ଖଣି କିଛିବର୍ଷ ଚାଲିବା ପରେ ବନ୍ଦ ହୋଇଯାଇଛି। ଏହି ଖଣି ବନ୍ଦ ହେବା ଯୋଗୁଁ ସରକାର ବାର୍ଷିକ ଅଢ଼େଇହଜାର କୋଟି ଟଙ୍କାର ରାଜସ୍ବ ହରାଉଥିବା ଖଣି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଆଉ ଏକ ଖଣି ମଧ୍ୟ ବନ୍ଦ ରହିଥିବାରୁ ଏଥିରୁ ବାର୍ଷିକ ପାଞ୍ଚଶହ କୋଟି ଟଙ୍କା ରାଜସ୍ବହାନି ହେଉଛି। ଏ ସମ୍ପର୍କରେ ଏଆଇଟିୟୁସିର କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ କହିଛନ୍ତି, ବିଭିନ୍ନ କମ୍ପାନିମାନେ ଅଧିକ ପ୍ରିମିୟମ୍‌ରେ ଖଣି ନେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଖଣି ଚଳାଇବାରେ ସକ୍ଷମ ହେଉନାହାନ୍ତି। ଖଣିରେ ଶ୍ରମିକ ନିଯୁକ୍ତି ଦିଆଯାଉନି। ଏଭଳି କମ୍ପାନିଙ୍କୁ ରାଜ୍ୟ ସରକାର କଳା ତାଲିକାଭୁକ୍ତ କରି ନିଲାମ ପ୍ରକ୍ରିୟାରୁ ବାଦ୍‌ ଦେବା ଆବଶ୍ୟକ। ସେହିପରି ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବାଧ୍ୟତାମୂଳକ ଭାବେ ନିଯୁକ୍ତି ଦେବା ନେଇ ସରକାର ସ୍ପଷ୍ଟ ନୀତି ଆଣିବାକୁ ସେ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button