ବାଣିଜ୍ୟ

Mining and Infrastructure Expo-2026: ଖଣି ଓ ଭିତ୍ତିଭୂମି ଏକ୍ସପୋ-୨୦୨୬ ଆରମ୍ଭ

ବରମୁଣ୍ଡା ପଡ଼ିଆରେ ଆଜିଠାରୁ ଚତୁର୍ଥ ଖଣି ଓ ଭିତ୍ତିଭୂମି ଏକ୍ସପୋ ୨୦୨୬ ଆରମ୍ଭ ହୋଇଛି। ଏକ୍ସପୋର ଉଦ୍‌ଘାଟନୀ ଦିବସରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, କେସିସିର ସିଏମ୍‌ଡି ‌ସୌମ୍ୟ ରଞ୍ଜନ ସାମଲ, ଲଘୁ ଉଦ୍ୟୋଗ ଭାରତୀର ସଭାପତି ଗୋପାଳ ଦାସ....

ଭୁବନେଶ୍ବର: ବରମୁଣ୍ଡା ପଡ଼ିଆରେ ଆଜିଠାରୁ ଚତୁର୍ଥ ଖଣି ଓ ଭିତ୍ତିଭୂମି ଏକ୍ସପୋ ୨୦୨୬ ଆରମ୍ଭ ହୋଇଛି। ଏକ୍ସପୋର ଉଦ୍‌ଘାଟନୀ ଦିବସରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, କେସିସିର ସିଏମ୍‌ଡି ‌ସୌମ୍ୟ ରଞ୍ଜନ ସାମଲ, ଲଘୁ ଉଦ୍ୟୋଗ ଭାରତୀର ସଭାପତି ଗୋପାଳ ଦାସ ଅଗ୍ରୱାଲ, ଫ୍ୟୁଚରେକ୍ସ ଗ୍ରୁପ୍‌ର ଏମ୍‌ଡି ସ୍ବାମୀ ପ୍ରେମ ଅନ୍ବେଷୀ, ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଲଘୁ ଉଦ୍ୟୋଗ ଭାରତୀ, ଓଡ଼ିଶା ଚାମ୍ବର ଅଫ୍‌ କମର୍ସ ଓ ଇପିକଲ୍‌ର ମିଳିତ ସହଯୋଗିତାରେ ଫ୍ୟୁଚରେକ୍ସ ଟ୍ରେଡ୍‌ ଫେୟାର ଆଣ୍ଡ ଇଭେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆୟୋଜିତ ଏହି ଏକ୍ସପୋ ଚଳିତ ମାସ ୧୧ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବାହ୍ନ ୧୧ଠାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାରହିବ। ୩୦ ହଜାର ବର୍ଗଫୁଟରେ ଆୟୋଜନ କରାଯାଇଥିବା ଏହି ଏକ୍ସପୋକୁ ୨୦ ହଜାର ଲୋକ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି।

ଏକ୍ସପୋରେ ଖଣିରେ ବ୍ୟବହୃତ ମେସିନ, ଉପକରଣ, ପ୍ରଯୁକ୍ତି ସମାଧାନ ଆଦି ପ୍ରଦର୍ଶନ କରାଯାଇଛି। ୩୦୦ରୁ ଅଧିକ କମ୍ପାନି ଏଥିରେ ଭାଗ ନେଇ ଷ୍ଟଲ୍‌ ସ୍ଥାପନ କରିଛନ୍ତି। ଇକ୍ବିପେଜ୍‌, ଓସନ୍‌ କନ୍‌ଭେୟର୍ସ, ସକ୍ଷମ କାଷ୍ଟିଂ, ତ୍ରିଶୂଳ ଟ୍ରେଡ୍‌, ଟାଟା ହିଟାଚି, ଏମ୍‌ଆର୍‌ କ୍ରସର୍‌, ଜେସିବି, ପ୍ରୋପେଲ୍‌, ଏଚ୍‌ପି, କେସିସି, ବେଦାନ୍ତ, ସେଲ୍‌ମାଇଁମେସିନ୍‌, ଉତ୍କଳ ଆଗ୍ରୋ ଇଣ୍ଟରନ୍ୟାସନାଲ୍‌, ଆଇଆର୍‌ଇଏଲ୍‌ ଭଳି କମ୍ପାନି ଏକ୍ସପୋରେ ଭାଗ ନେଇଛନ୍ତି। ରୁଷ, ଜର୍ମାନୀ, କୋରିଆ, ଜାପାନ, ଚୀନ ଓ ତାଇୱାନ ଭଳି ରାଷ୍ଟ୍ରର ପ୍ରତିଷ୍ଠିତ କମ୍ପାନି ଏଥିରେ ଭାଗ ନେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button