ମହାନଗର

Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ

ଓଡ଼ିଶାର ଜାମଖାନୀ କୋଇଲା ଖଣିରେ ବେଦାନ୍ତ ପକ୍ଷରୁ ଡିସେମ୍ବର ୨ରୁ ୧୫ତାରିଖ ପର୍ଯ୍ୟନ୍ତ ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ଆୟୋଜିତ ହୋଇଯାଇଛି । ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମଏସ) ସହଯୋଗରେ ଏହାର ଆୟୋଜନ କରାଯାଇଥିଲା ।

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଜାମଖାନୀ କୋଇଲା ଖଣିରେ ଡିସେମ୍ବର ୨ରୁ ୧୫ତାରିଖ ପର୍ଯ୍ୟନ୍ତ ବାର୍ଷିକ ଖଣି ସୁରକ୍ଷା ପକ୍ଷ (ଏଏମ୍ଏସ୍ଏଫ୍) ର ଆୟୋଜନ କରିଛି । ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମଏସ) ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ଶ୍ରମିକ ଅଂଶଗ୍ରହଣ କରିଥିଲେ ।

ଜଣେ ଆଇଏସ୍ଓ (ଆଭ୍ୟନ୍ତରୀଣ ସୁରକ୍ଷା ସଂଗଠନ) ପର୍ଯ୍ୟବେକ୍ଷକ ଏବଂ କୋଲ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନୀ ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ସମେତ ୧୦ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ବାହ୍ୟ ଏଏମ୍ଏସ୍ଏଫ୍ ଟିମ୍ ଦ୍ୱାରା ବ୍ୟାପକ ସୁରକ୍ଷା ଯାଞ୍ଚ କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button