minor-kidnap-rape-case ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୧୭ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର ୨୦୨୧ ନଭେମ୍ବର ୨୧ତାରିଖ ନବରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ସନ୍ଧ୍ୟା ସମୟରେ ଅପହରଣ କରିବା ସହ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ନବରଙ୍ଗପୁର ପୌରପାଳିକାର ଗଦବାଗୁଡା ସାହିର ସମିମ ଖାଁଙ୍କ ବିରୋଧରେ ପୀଡ଼ିତାଙ୍କ ଜେଜେବାପା ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ନାବାଳିକାଙ୍କର ଡାକ୍ତରୀ ମାଇନା କରିଥିଲେ। ପରେ ଅଭିଯୁକ୍ତକୁ ଧରି ତାହାର ବି ଡାକ୍ତରୀ ମାଇନା କରି କୋର୍ଟ ଚାଳାଣ କରିଥିଲେ। ଆଜି (ଶୁକ୍ରବାର) ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପକ୍ସୋକୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ମାମଲାର ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ସମିମ୍ ଖାଁଙ୍କୁ ୧୭ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି। ଏହା ସହ ଅଭିଯୁକ୍ତ ଜରିମାନା ବାବଦକୁ ୧୭ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲା‌ର ବିଚାର ଚାଲିଥିବା ବେଳେ  ୧୭ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟଙ୍କ ବୟାନ ଅନୁଯାୟୀ କୋର୍ଟ ଆସାମୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଉକ୍ତ ନାବାଳିକାକୁ ଅନୁକୁମ୍ପାମୂଳକ ସହାୟତା ସାଢ଼େ ୧୦ଲକ୍ଷ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମୃତ୍ୟୁଞ୍ଜୟ ମହାରାଣା  ମାମଲା ପରିଚାଳନା କରୁଥିଲେ।

 

 

ସୌଜନ୍ୟ ସମ୍ବାଦ