ଅପରାଧଓଡିଶା

Minor Rape Case: ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ କାରାଦଣ୍ଡ, ସ୍ବତନ୍ତ୍ର ପୋସ୍କୋ କୋର୍ଟ ଶୁଣାଇଲେ ରାୟ

ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ କାରାଦଣ୍ଡ। ୧୩ ଜଣ ସାକ୍ଷୀଙ୍କ ବୟାନକୁ ନେଇ ରାୟ ଶୁଣାଇଲେ ଯାଜପୁର ସ୍ବତନ୍ତ୍ର ପୋସ୍କୋ କୋର୍ଟ। ନାବାଳିକାର ଅଶ୍ଳୀଳ ଫଟୋ ଉଠାଉଥିଲା ଅଭିଯୁକ୍ତ।

ଦୁର୍ଷ୍କମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ। ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ସଞ୍ଜୟ ସାହୁକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ସୂଚନା ଅନୁସାରେ ଅଭିଯୁକ୍ତ ନାବାଳିକା ପଢୁଥିବା ସ୍କୁଲ ଅଞ୍ଚଳରେ ବୁଲା ବୁଲି କରିବା ସହ ହଇରାଣ କରୁଥିଲା।

କୌଣସି ଉପାୟରେ ନାବାଳିକାକୁ ନେଇ ଏକ ହୋଟେଲରେ ରଖି ଅଶ୍ଳୀଳ ଫଟୋ ଉତ୍ତୋଳନ କରିଥିଲା। ପରେ ଏହାକୁ ଭାଇରାଲ କରିଦେବକୁ ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ଏନେଇ ୨୦୨୫ ଜାନୁୟାରୀ ୨ ତାରିଖରେ ଯାଜପୁର ରୋଡ ଥାନାରେ ଅଭିଯୋଗ ହୋଇଥିଲା।

ଏହି ମାମଲାର ବିଚାର କରି ସ୍ବତନ୍ତ୍ର ପୋସ୍କୋ କୋର୍ଟ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।

ସୌଜନ୍ୟ OTV

Show More

Leave a Reply

Your email address will not be published. Required fields are marked *

Back to top button