Breaking News

MKCG ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ । ବସିବ ଆଣ୍ଟିଂ ରାଗିଂ ସେଲ୍‌ ବୈଠକ ।

MKCG ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ । ଏମ୍‌ବିବିଏସ୍‌ ସିନିୟର ଛାତ୍ରଛାତ୍ରୀ ଜୁନିଅର ପିଲାଙ୍କୁ ହଇରାଣ କରିଥିବା ଆସିଛି ମେଲ୍‌ । ଆଜି ବସିବ ଆଣ୍ଟିଂ ରାଗିଂ ସେଲ୍‌ ବୈଠକ ।

କନକ ବ୍ୟୁରୋ: MKCGରେ ପୁଣି ରାଗିଂ ଅଭିଯୋଗ । MBBS ସିନିୟର ପିଲମାନେ ଜୁନିୟରଙ୍କୁ ରାଗିଂ କରିଥିବା ନ୍ୟାସନାଲ ମେଡିକାଲ କାଉନ୍‌ସିଲ୍ ଆଣ୍ଟି ରାଗିଂ ସେଲ୍‌କୁ ଇ-ମେଲରେ ଅଭିଯୋଗ କରାଯାଇଛି । ଆଣ୍ଟି ରାଗିଂ ସେଲ୍ ଏମ୍‌କେସିଜି ଡିନ୍‌ଙ୍କୁ ଏନେଇ ଇ-ମେଲ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକରେ ଆଲୋଚନା କରାଯିବ। ଏଥିପାଇଁ ଜୁନୟର ଓ ସିନିୟର ପିଲାମାନଙ୍କୁ ଡକାଯାଇଛି । ବେନାମୀ ଅଭିଯୋଗ ଥିବାରୁ କିଏ ଅଭିଯୋଗ କରିଛି ତାହା ଜଣାପଡ଼ିନାହିଁ । ଆଣ୍ଟିଂ ରାଗିଂ ସେଲ୍‌ ବୈଠକରେ ପିଲାଙ୍କୁ ବ୍ୟକ୍ତିଗତ ଭାବେ ଡାକି ପଚରାଯିବ ବୋଲି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।

ସୌଜନ୍ୟ-କନକ

Comments are closed.