ରାଜ୍ୟ

Rayagada: ମ୍ୟାକ୍ସ ପିକଅପ୍ ଗାଡ଼ି ଓଲଟି ୧୮ଶ୍ରମିକ ଆହତ

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ସଗଡା ପଞ୍ଚାୟତର କିଛି ଶ୍ରମିକ ଧାନ ରୁଆ ନିମନ୍ତେ ମ୍ୟାକ୍ସ ଗାଡ଼ିରେ ଯାଉ ଥିବାବେଳେ ଟଲନା ଘାଟି ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୮ଜଣ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗୁଣପୁର: ରାୟଗଡ଼ାଜିଲ୍ଲା ଗୁଣପୁର ବ୍ଲକ ସଗଡା ପଞ୍ଚାୟତର କିଛି ଶ୍ରମିକ ଧାନ ରୁଆ ନିମନ୍ତେ ମ୍ୟାକ୍ସ ଗାଡ଼ିରେ ଯାଉ ଥିବାବେଳେ ଟଲନା ଘାଟି ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୮ଜଣ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶ୍ରମିକମାନେ ଡକାସିକୁଲା ଗ୍ରାମକୁ ଧାନ ରୁଆ ବେଉଷଣ ନିମନ୍ତେ ଯାଉଥିଲେ। ଘଟଣା ଆଜି ସକାଳ ସାଢେ଼ ୬ଟା ବେଳେ ଘଟିଛି। ଖବର ପାଇ ୧୦୮ ଆମ୍ବୁଲାନ୍ସ, ଅଗ୍ନିଶମ ଏବଂ ପୁଟା ସିଂ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ବୟସ ପ୍ରାୟ ୨୧ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୬ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button