Breaking News

ବଢିଲା ବିଧାୟକ ବିଜୟଶଙ୍କରଙ୍କ ଅଡୁଆ: ରେଜିଷ୍ଟ୍ରାର ଅଫିସରେ ଆପତ୍ତି ଉଠାଇଲେ ପୂର୍ବତନ ବାନ୍ଧବୀ

କଟକ:  ତିର୍ତୋଲ ବିଧାୟକ ବିଜୟ ଶଙ୍କର ଅଡୁଆରେ । ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ତାଙ୍କ ସହିତ ପ୍ରତାରଣା କରାଯାଇଛି । ବଂଚିଥିବା ଯାଏଁ ଏହା ବିରୋଧରେ ଲଢେଇ କରିବେ ବୋଲି କହିଛନ୍ତି । ବିଧାୟକ । କଟକ ସବ ରେଜିଷ୍ଟର ଅଫିସରେ ବିବାହ ପଂଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ପ୍ରସଙ୍ଗରେ ଆଜି କଟକ ସବ ରେଜିଷ୍ଟର ଅଫିସରେ ପଂହଚି ନିଜର ଅଭିଯୋଗ ଜଣାଇଛନ୍ତି ।

ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିଛି । କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ବିଧାୟକ କରିଥିବା ଆବେଦନ ଉପରେ କଡା ଆପତି ଉଠାଇଛନ୍ତି ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ।

କଟକ ସବ ରେଜିଷ୍ଟ୍ରାର ଅଫିସରେ ସେ ଅବଜେକସନ ପିଟିସନ ଦାୟର କରିଛନ୍ତି । କହିଛନ୍ତି, ବିଜୟଶଙ୍କର ଦାସ ଲୁଚିଲୁଚି ବିବାହ କରିବାକୁ ଯୋଜନା କରୁଛନ୍ତି । ନ୍ୟାୟ ନମିଳିବା ଯାଏଁ ସେ ଲଢିବେ ବୋଲି କହିଛନ୍ତି ।

ତିର୍ତୋଲ ବିଧାୟକ ବିଜୟଶଙ୍କର ଦାସ ଗତ ବର୍ଷ ଜଗତସିଂହପୁର ସବ ରେଜିଷ୍ଟ୍ରାର ଅଫିସରେ ସୋମାଲିକା ଦାଶଙ୍କ ସହ ବିବାହ ପାଇଁ ଆବେଦନ କରିଥିଲେ । ହେଲେ ବିବାହ ଦିନ ଆସିନଥିଲେ ବିଧାୟକ । ପରେ ଜୟଶଙ୍କର ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ସୋମାଲିକା । ଏବେ ପୁଣି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ବିଜୟଶଙ୍କର କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି ।

ସେହି ଆବେଦନ ଉପରେ ଆପତି ଉଠାଇଥିବା କହିଛନ୍ତି ସୋମାଲିକା । ଏଥିସହ ବିଧାୟକ ବିଜୟଶଙ୍କରଙ୍କ ସହ ତାଙ୍କର ସଂପର୍କକୁ ନେଇ ସବୁ ପ୍ରମାଣ ରହିଛି ବୋଲି ଦାବି କରିଛନ୍ତି । ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବିବାହ ନକରିବା ଏବେ ପୁଣି ଆଉ ଜଣ ଯୁବତୀଙ୍କୁ ବିବାହ ପାଇଁ ତିର୍ତୋଲ ବିଧାୟକ ଆବେଦନ କରିବା ସାଧାରଣରେ ଚର୍ଚ୍ଚା ସ୍ୃଷ୍ଟି କରିଛି ।

Comments are closed.