ଦେଶ ବିଦେଶ

Donald Trump Additional Tariff ଟ୍ରମ୍ପଙ୍କ ”ଶୁଳ୍କ ବୋମା”: ଇରାନ ସହିତ ବାଣିଜ୍ୟ କରୁଥିବା ଦେଶମାନଙ୍କ ଉପରେ ୨୫% ଟିକସ ଲଗାଇବାକୁ ଧମକ

us-president ଡୋନାଲ୍ଡ ଟ୍ରମ୍ପ ଇରାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଏବଂ ''ଶୁଳ୍କ ଯୁଦ୍ଧ'' ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ଇରାନ ସହିତ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଥିବା ଯେକୌଣସି ଦେଶକୁ ଆମେରିକା ସହିତ ବାଣିଜ୍ୟ କଲେ ୨୫%ଶୁଳ୍କ ଦେବାକୁ ପଡିବ।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଏବଂ ”ଶୁଳ୍କ ଯୁଦ୍ଧ” ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ଇରାନ ସହିତ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଥିବା ଯେକୌଣସି ଦେଶକୁ ଆମେରିକା ସହିତ ବାଣିଜ୍ୟ କଲେ ୨୫%ଶୁଳ୍କ ଦେବାକୁ ପଡିବ। ଟ୍ରମ୍ପ ପ୍ରଶାସନର ଏହି କଠୋର ଆଭିମୁଖ୍ୟ ଇରାନ ସହିତ ଚୀନ୍, ଭାରତ ଏବଂ ୟୁଏଇ ଭଳି ପ୍ରମୁଖ ବାଣିଜ୍ୟିକ ଅଂଶୀଦାରଙ୍କ ପାଇଁ ମଧ୍ୟ ଏକ ବଡ଼ ଆହ୍ବାନ ବେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଏହି ନୂତନ ଆଦେଶ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏଥିରେ କୌଣସି ପରିବର୍ତ୍ତନର ହେବ ନାହିଁ। ଟ୍ରମ୍ପଙ୍କ ଅନୁସାରେ ଏହି ପଦକ୍ଷେପ ଇରାନକୁ ଆର୍ଥିକ ସହାୟତା ବନ୍ଦ କରିବ ଏବଂ ପ୍ରଦର୍ଶନକାରୀଙ୍କ ଦାବି ଗ୍ରହଣ କରିବାକୁ ଇରାନ ସରକାରଙ୍କ ଉପରେ ଚାପ ପକାଇବ।

ବିଶେଷଜ୍ଞମାନଙ୍କ ଅନୁସାରେ ଏହି ନିଷ୍ପତ୍ତି ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ। ଚୀନ୍, ଭାରତ ଏବଂ ତୁର୍କୀ ଭଳି ଦେଶ ଇରାନରୁ ବହୁ ପରିମାଣରେ ତେଲ ଏବଂ ଅନ୍ୟାନ୍ୟ ଉତ୍ପାଦ ଆମଦାନୀ କରିଥାନ୍ତି। ଏବେ ଆମେରିକା ସହିତ ସେମାନଙ୍କର ବାଣିଜ୍ୟିକ ସୁରକ୍ଷା ପାଇଁ ସେମାନଙ୍କୁ ବହୁତ ମୂଲ୍ୟ ଦେବାକୁ ପଡ଼ିପାରେ। ଏହି ପରିସ୍ଥିତି ଭାରତ ପାଇଁ ବିଶେଷ ଚିନ୍ତାଜନକ। ଭାରତ ନିଜର ଶକ୍ତି ଆବଶ୍ୟକତା ପାଇଁ ଇରାନ ଉପରେ ଅତ୍ୟଧିକ ନିର୍ଭରଶୀଳ।

ଇରାନରେ ଚାଲିଥିବା ହିଂସାତ୍ମକ ପ୍ରତିବାଦରେ ପ୍ରାୟ ୬୦୦ଜଣଙ୍କର ମୃତ୍ୟୁ

ଗତ ଦୁଇ ସପ୍ତାହ ଧରି ଇରାନରେ ଚାଲିଥିବା ହିଂସାତ୍ମକ ପ୍ରତିବାଦରେ ପ୍ରାୟ ୬୦୦ଜଣଙ୍କର ମୃତ୍ୟୁ ହୋଇଛି। ଭୟଙ୍କର ଆର୍ଥିକ ପରିସ୍ଥିତି ବିରୋଧରେ ରାଜନୈତିକ ପରିବର୍ତ୍ତନ ଦାବି କରି ପ୍ରତିବାଦକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ଖୋଲାଖୋଲି ଭାବରେ ପ୍ରତିବାଦକାରୀଙ୍କୁ ସମର୍ଥନ କରିଛି ଏବଂ ଯେକୌଣସି ହିଂସା ପାଇଁ ଇରାନ କର୍ତ୍ତୃପକ୍ଷଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି।

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ ସୂଚିତ କରିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ବିକଳ୍ପ ଉପରେ ବିଚାର କରୁଛନ୍ତି। ଏହି ବିକଳ୍ପଗୁଡ଼ିକ ମଧ୍ୟରେ ଏୟାର୍ ଷ୍ଟ୍ରାଇକ୍ ଅନ୍ତର୍ଭୁକ୍ତ। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଇରାନ ସେନା ପ୍ରତିବାଦକାରୀଙ୍କ ବିରୋଧରେ ଘାତକ ଶକ୍ତି ବ୍ୟବହାର କରେ ତେବେ ଆମେରିକା ପ୍ରତିବାଦକାରୀଙ୍କୁ ସୁରକ୍ଷା ଦେବାକୁ ପ୍ରସ୍ତୁତ।

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ଏହି ପ୍ରତିବାଦ ପାଇଁ ଆମେରିକା ଏବଂ ଇସ୍ରାଏଲକୁ ଦାୟୀ କରିଛନ୍ତି। ସେ ଆମେରିକାକୁ ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରିବାକୁ ଏବଂ ନିଜ ଦେଶର ସମସ୍ୟା ଉପରେ ଧ୍ୟାନ ଦେବାକୁ ଚେତାବନୀ ଦେଇଛନ୍ତି। ଇରାନ ଏହା ମଧ୍ୟ ସ୍ପଷ୍ଟ କରିଛି, ଯଦି ଆକ୍ରମଣ କରାଯାଏ, ତେବେ ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରିବ।

ଯଦି ଟ୍ରମ୍ପ ପ୍ରଶାସନର ଇରାନ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଭାରତ ପାଇଁ କାର୍ଯ୍ୟକାରୀ କରାଯାଏ, ତେବେ ମୋଟ ଶୁଳ୍କ ୭୫ ପ୍ରତିଶତରେ ପହଞ୍ଚିପାରେ। ତଥାପି, ଏହି ପ୍ରସଙ୍ଗରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କ ଶତାବ୍ଦୀ ପୁରୁଣା, ଏବଂ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ମଧ୍ୟ ସୁଦୃଢ଼ ​​ରହିଛି।
ବାଣିଜ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ (ଏପ୍ରିଲ ୨୦୨୪ ରୁ ମାର୍ଚ୍ଚ ୨୦୨୫) ରେ ଭାରତ ଏବଂ ଇରାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୧.୬୮ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଭାରତ ଇରାନକୁ ପ୍ରାୟ ୧.୨୪ ବିଲିୟନ ଡଲାର ରପ୍ତାନି କରିଥିଲା, ଯେତେବେଳେ ଆମଦାନୀ ମୋଟ ପ୍ରାୟ ୦.୪୪ ବିଲିୟନ ଡଲାର ଥିଲା। ଏହା ଫଳରେ ଭାରତ ପାଇଁ ପ୍ରାୟ ୦.୮୦ ବିଲିୟନ ଡଲାରର ବାଣିଜ୍ୟ ବଳକା ହୋଇଥିଲା।

ଅକ୍ଟୋବର ୨୦୨୫ରେ ଭାରତରୁ ଇରାନକୁ ରପ୍ତାନି ହୋଇଥିବା ପ୍ରମୁଖ ସାମଗ୍ରୀଗୁଡ଼ିକ ହେଉଛି ବାସୁମତୀ ଚାଉଳ , ତାଜା ଫଳ ଏବଂ ଚା । ଟ୍ରମ୍ପଙ୍କ ପଦକ୍ଷେପ ଭାରତକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button