ଅପରାଧଦେଶ ବିଦେଶ

Money can’t bring my son back: ଟଙ୍କା ମୋ ପୁଅକୁ ଫେରାଇ ଆଣିପାରିବ ନାହିଁ; ୟୁନୁସ୍‌ଙ୍କୁ ଦୀପୁ ଦାସଙ୍କ ପରିବାର ସଦସ୍ୟ ଦେଲେ କଡ଼ା ଜବାବ

ବାଂଲାଦେଶର ମୈମନସିଂରେ ଏକ ଭିଡ଼ ଦ୍ୱାରା ଦୀପୁ ଚନ୍ଦ୍ର ଦାସଙ୍କ ନିର୍ମମ ହତ୍ୟା ପରେ, ତାଙ୍କ ପରିବାର ମହମ୍ମଦ ୟୁନୁସଙ୍କୁ କଡ଼ା ଜବାବ ଦେଇଛନ୍ତି। ଗରିବ ପରିବାର, ନିଜର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ, ୟୁନୁସଙ୍କଠାରୁ ଟଙ୍କା ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଛନ୍ତି।

ଢାକା:ବାଂଲାଦେଶର ମୈମନସିଂରେ ଏକ ଭିଡ଼ ଦ୍ୱାରା ଦୀପୁ ଚନ୍ଦ୍ର ଦାସଙ୍କ ନିର୍ମମ ହତ୍ୟା ପରେ, ତାଙ୍କ ପରିବାର ମହମ୍ମଦ ୟୁନୁସଙ୍କୁ କଡ଼ା ଜବାବ ଦେଇଛନ୍ତି। ଗରିବ ପରିବାର ନିଜର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ, ୟୁନୁସଙ୍କଠାରୁ ଟଙ୍କା ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ପରିବାରର ନୈତିକତାକୁ ଅର୍ଥବଳରେ କିଣିବାକୁ ଚାହୁଁଥିବା ୟୁନୁସ୍‌ଙ୍କୁ ବଡ଼ ଝଟକା ଲାଗିଛି। ବାଂଲାଦେଶର ନିର୍ବାଚନର ମାତ୍ର କିଛି ଘଣ୍ଟା ପୂର୍ବରୁ ହିନ୍ଦୁ ପରିବାରର ଏହି ସାହସିକ ପଦକ୍ଷେପ,ୟୁନୁସ୍‌ଙ୍କ ପାଇଁ ଅପମାନ ସାବ୍ୟସ୍ତ ହେବା ସହ ସ୍ଥାନୀୟ ପ୍ରଶାସନିକ କଳ ପାଇଁ ଏକ ବଡ଼ ବାର୍ତ୍ତା ବୋଲି କୁହାଯାଉଛି। ଦୀପୁଙ୍କର ହତ୍ୟାକାରୀମାନଙ୍କୁ ନ୍ୟାୟ ଦେବାରେ ବିଫଳ ହେବା ସତ୍ତ୍ୱେ, ୟୁନୁସ୍ ବ୍ୟକ୍ତିଗତ ଭାବରେ କ୍ଷମା ମାଗି ନଥିଲେ, ବରଂ, ସେ ପରିବାରକୁ ଟଙ୍କା ପ୍ରଦାନ କରିବା ପାଇଁ ତାଙ୍କ ଦୂତଙ୍କୁ ପଠାଇଥିଲେ। କିନ୍ତୁ ଗରିବ ପରିବାର ୟୁନୁସ୍ ସରକାରଙ୍କ କ୍ଷତିପୂରଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଯେଉଁମାନେ ପୁଅକୁ ହତ୍ୟା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ

ଦୀପୁ ଚନ୍ଦ୍ର ଦାସଙ୍କ ବାପା ରବି ଚନ୍ଦ୍ର ଦାସ ଭାବପ୍ରବଣ ହୋଇ କହିଥିଲେ ଯେ, ସେ ଟଙ୍କା ଚାହୁଁ ନାହାନ୍ତି। ତାଙ୍କ ପୁଅର ହତ୍ୟାକାରୀଙ୍କ ପାଇଁ କଠୋର ଦଣ୍ଡ ଚାହୁଁଛନ୍ତି। ସେ କହିଥିଲେ, ଦୀପୁ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଦୀପୁଙ୍କ ମା ଏବଂ ସ୍ତ୍ରୀ ଏବେ ବି ଗଭୀର ମର୍ମାହତ। କୌଣସି କ୍ଷତିପୂରଣ ସେମାନଙ୍କ ଯନ୍ତ୍ରଣାକୁ କମ କରିପାରିବ ନାହିଁ ବୋଲି ସେମାନେ କହିଛନ୍ତି।ନିର୍ବାଚନର ଦୁଇ ଦିନ ପୂର୍ବରୁ, ୟୁନୁସ୍‌ଙ୍କ ଦୂତ ଭାବରେ କାର୍ଯ୍ୟ କରୁଥିବା ଶିକ୍ଷା ପରାମର୍ଶଦାତା ଡକ୍ଟର ସି.ଆର. ଅବରାର ଦୀପୁଙ୍କ ପରିବାରକୁ ଘର ତିଆରି ପାଇଁ ୧୯.୨୫ ଲକ୍ଷ, ତାଙ୍କ ବାପାଙ୍କ ପାଇଁ ୭.୭ ଲକ୍ଷ, ତାଙ୍କ ସ୍ତ୍ରୀଙ୍କ ପାଇଁ ୭.୭ ଲକ୍ଷ ଓ ତାଙ୍କ ପିଲାର ଭବିଷ୍ୟତ ପାଇଁ ୩.୮୫ ଲକ୍ଷ ପ୍ରଦାନ କରିଥିଲେ। କିନ୍ତୁ ପରିବାର ଏହି ସରକାରୀ ସହାୟତାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଟଙ୍କା ମୋ ପୁଅକୁ ଫେରାଇ ଆଣିପାରିବ ନାହିଁ ବୋଲି ବାପା ରବି ଚନ୍ଦ୍ର ଦାସ କହିଥିଲେ।

ଧର୍ମ ନିନ୍ଦାର ମିଥ୍ୟା ଅଭିଯୋଗରେ ହତ୍ୟା

ଦୀପୁଙ୍କୁ ଈଶ୍ୱର ନିନ୍ଦାର ମିଥ୍ୟା ଅଭିଯୋଗରେ ହତ୍ୟା କରାଯାଇଥିଲା। ଏକ ଭିଡ଼ ତାଙ୍କୁ ପିଟି ପିଟି ହତ୍ୟା କରିଥିଲା। ତାଙ୍କ ଶରୀରକୁ ଏକ ଛକରେ ବାନ୍ଧି ନିଆଁ ଲଗାଇ ଦିଆଯାଇଥିଲା। ଘଟଣା ସମୟରେ ୟୁନୁସ୍‌ ସରକାରଙ୍କ ପକ୍ଷରୁ କୌଣସି ତୁରନ୍ତ ପ୍ରତିକ୍ରିୟା ଆସି ନଥିଲା। ଏନେଇ ବିଶ୍ୱବ୍ୟାପୀ ନିନ୍ଦା ପରେ ସେ କେବଳ ଏକ ବିବୃତି ଜାରି କରିଥିଲେ। ତାଙ୍କର ପ୍ରାରମ୍ଭିକ ବିବୃତିରେ ପରିବାର ପ୍ରତି କୌଣସି ଅନୁତାପ କିମ୍ବା ସମବେଦନା ପ୍ରକାଶ ପାଇନଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button