ଦେଶ ବିଦେଶ

Money Seized: ଭୋଟିଂ ସମୟରେ ନଭି ମୁମ୍ବାଇରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ: ଭୋଟରଙ୍କୁ ବାଣ୍ଟିବା ପାଇଁ ଅଣାଯାଇଥିବା ସନ୍ଦେହ

ଭୋଟିଂ ସମୟରେ ନଭି ମୁମ୍ବାଇର ଖାରଘର ସେକ୍ଟର ୨୦ରେ ପୌର ନିର୍ବାଚନ ମଧ୍ୟରେ ଟଙ୍କା ଭର୍ତ୍ତି ବ୍ୟାଗ ମିଳିବା ଘଟଣା ଆଳୋଡ଼ନ ସୃଷ୍ଟି କରିଛି। ନିର୍ବାଚନ ସମୟରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟିବା ପାଇଁ ବ୍ୟାଗ ଅଣାଯାଇଥିବା ସନ୍ଦେହ କରାଯାଉଛି।

ମୁମ୍ବାଇ: ମହାରାଷ୍ଟ୍ରର ୨୯ଟି ନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ଜାରି ରହିଛି। ନିର୍ବାଚନ ରାଜ୍ୟର ସହରାଞ୍ଚଳ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ଦେଶର ସବୁଠାରୁ ଧନୀ ନାଗରିକ ସଂସ୍ଥା ବୃହନ୍ମୁମ୍ବାଇ ନଗର ନିଗମ(ବିଏମ୍‌ସି)ରେ ୨୦୧୭ ପରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଛି। ମୁମ୍ବାଇ, ପୁଣେ, ନାସିକ୍, ନାଗପୁର, ନଭି ମୁମ୍ବାଇ, ଥାନେ ଏବଂ ପିମ୍ପରି-ଚିଞ୍ଚୱାଡ ଭଳି ପ୍ରମୁଖ ସହରଗୁଡ଼ିକରେ ହାଇ-ଭୋଲଟେଜ୍ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି।

ମୋଟ ୩ କୋଟି ୪୮ ଲକ୍ଷ ଭୋଟର ୨,୮୬୯ ଆସନ ପାଇଁ ୧୫,୯୦୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ରାଜ୍ୟ ସାରା ୩୯,୦୯୨ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ମତଦାନ ସକାଳ ୭:୩୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୫:୩୦ ପର୍ଯ୍ୟନ୍ତ ଚାଲିବ। ଫଳାଫଳ ଆସନ୍ତାକାଲି, ଜାନୁଆରି ୧୬ ରେ ଘୋଷଣା କରାଯିବ।

ଭୋଟିଂ ସମୟରେ ନଭି ମୁମ୍ବାଇର ଖାରଘର ସେକ୍ଟର ୨୦ରେ ପୌର ନିର୍ବାଚନ ମଧ୍ୟରେ ଟଙ୍କା ଭର୍ତ୍ତି ବ୍ୟାଗ ମିଳିବା ଘଟଣା ଆଳୋଡ଼ନ ସୃଷ୍ଟି କରିଛି। ନିର୍ବାଚନ ସମୟରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟିବା ପାଇଁ ବ୍ୟାଗ ଅଣାଯାଇଥିବା ସନ୍ଦେହ କରାଯାଉଛି। ଖାରଘର ପୁଲିସ ଷ୍ଟେସନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଟଙ୍କା କେଉଁ ଦଳର ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button